କର୍ଣ୍ଣୋଳୀ ଗ୍ରାମରେ ମା ଅଷ୍ଟଲକ୍ଷ୍ମୀଙ୍କ ପୂଜା ମହୋତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି
ଆସିକା, (ଯୁଗାବ୍ଦ ନ୍ୟୁଜ):ଧରାପୃଷ୍ଟକୁ ଆସିବେ ଧନଦାତ୍ରୀ ମା’ମହାଲକ୍ଷ୍ମୀ । ମା’ ମହାଲକ୍ଷ୍ମୀଙ୍କୁ ସ୍ୱାଗତ କରିବା ପାଇଁ ଶ୍ରଦ୍ଧାଳୁ ଓ ପୂଜା ମଣ୍ଡପ କର୍ମକର୍ତ୍ତାଙ୍କ ମଧ୍ୟରେ ଦେଖାଦେଇଛି ନାହିଁ ନଥିବା ତପ୍ତରତା । ଶ୍ରଦ୍ଧାଳୁ ଭକ୍ତ ବିଭିନ୍ନ ରୂପରେ ମା’ ମହାଲକ୍ଷ୍ମୀଙ୍କୁ ପୂଜା କରିଥାଏ । କିଏ କେଉଁ ପ୍ରକାରେ ମା’ ମହାଲକ୍ଷ୍ମୀଙ୍କୁ କରୁଣା ଭିକ୍ଷା କରୁଛି ତାହା ନିର୍ଣ୍ଣୟ କରିବା କଷ୍ଟସାଧ୍ୟ ହୋଇଥିଲେ ମଧ୍ୟ ସଭିଙ୍କ ପ୍ରତି ମା’ ମହାଲକ୍ଷ୍ମୀଙ୍କ ଆର୍ଶୀବାଦ ରହିଛି । ମା’ମହାଲକ୍ଷ୍ମୀାଙ୍କ ମାଣବସା ଗୁରୁବାର ପୂଜା ଆରମ୍ଭ ହୋଇଯାଇଛି । ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ମା’ମହାଲକ୍ଷ୍ମୀଙ୍କ ପୂଜା ପାଇଁ ମେଢ ପ୍ରସ୍ତୁତି ଜୋରଦାର ଲାଗିଛି । ଆସିକା ବ୍ଳକ ଅନ୍ତର୍ଗତ ଖଣ୍ଡଦେଉଳି ଗ୍ରାମପଞ୍ଚାୟତର କର୍ଣ୍ଣୋଳୀ ଗ୍ରାମସ୍ଥିତ ଶ୍ରୀଶ୍ରୀ ରାମେଶ୍ୱର ଶ୍ରମିକ ସଂଘ ପକ୍ଷରୁ ପୂର୍ବ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଅଷ୍ଟଲକ୍ଷ୍ମୀ ପୂଜାକୁ ମହାଆଡମ୍ବର ସହକାରେ ପାଳନ କରିବା ଲାଗି ବ୍ୟାପକ ଚାଲିଥିବା ଲକ୍ଷ୍ୟ କରାଯାଇଛି । ଆସନ୍ତା ୧୦ ତାରିଖ ଦିନ କଳସ ଯାତ୍ରା ଓ ସେହିଦିନ ଠାରୁ ଅସ୍ଥାୟୀ ମଣ୍ଡପରେ ମା’ଅଷ୍ଟଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି । ୨୦୧୮ ମସିହା ରୁ ୨୦୨୪ ମସିହା । ଦୀର୍ଘ ୭ ବର୍ଷ ଧରି ପ୍ରତ୍ୟେକ ବର୍ଷ ମାର୍ଗଶୀର ମାସରେ ଆସିକା ଅଞ୍ଚଳର ଅନ୍ୟତମ ପ୍ରମୁଖ ମହାଲକ୍ଷ୍ମୀ ପୂଜା ମଣ୍ଡପ ଭାବେ ସର୍ବଦା ସ୍ଥାନ ପାଇ ଆସିଛି କର୍ଣ୍ଣୋଳୀ ସ୍ଥିତ ଶ୍ରୀଶ୍ରୀ ରାମେଶ୍ୱର ଶ୍ରମିକ ସଂଘର ଅଷ୍ଟଲକ୍ଷ୍ମୀ ପୂଜା ମଣ୍ଡପ । ୨୦୧୮ ମସିହାରେ ଶ୍ରୀ ଶ୍ରୀ ରାମେଶ୍ୱର ଶ୍ରମିକ ସଂଘର ସଭାପତି ଜିତେନ୍ଦ୍ର କୁମାର ବିଷୋୟୀ, ସମ୍ପାଦକ ପ୍ରଣବ କୁମାର ବିଷୋୟୀ, କୋଷାଧ୍ୟକ୍ଷ ମୋହନ ସ୍ୱାଇଁ, ଆଧ୍ୟାତ୍ମିକପ୍ରେମୀ ଅରୁଣ କୁମାର ଦଳେଇଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ କର୍ଣ୍ଣୋଳୀ ଗ୍ରାମସ୍ଥିତ ଶ୍ରୀଶ୍ରୀ ନିଗମାନନ୍ଦ ଯୋଗଶ୍ରମ ନିକଟସ୍ଥ ଗୋଦାମ ଗୃହ ପାଶ୍ୱର୍ରେ ଧନଦାତ୍ରୀ ମା ଅଷ୍ଟଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଥିଲା । ମା ଅଷ୍ଟଲକ୍ଷ୍ମୀଙ୍କ ପୂଜାର କିଛି ଦିନ ପୂର୍ବରୁ ବିଧିବିଧାନ ଅନୁଯାୟୀ ଶୁଭଖୁଣ୍ଟି ସ୍ଥାପନ ସହ ମାଙ୍କ ପ୍ରତିମା ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥାଏ । ଦୀର୍ଘ ପ୍ରାୟ ୭ ବର୍ଷ ଧରି ମା ଅଷ୍ଟଲକ୍ଷ୍ମୀଙ୍କ ପୂଜା ଅବସରରେ ନୂତନ ଶୈଳୀରେ ଆକର୍ଷଣୀୟ ମୂର୍ତ୍ତି ନିର୍ମାଣ ସାଙ୍ଗକୁ ସୁଉଚ୍ଚ ତୋରଣ ଓ ସାଜସଜ୍ଜାକୁ ଗୁରୁତ୍ୱ ଦେଇ ଆସୁଛି ଶ୍ରୀଶ୍ରୀ ରାମେଶ୍ୱର ଶ୍ରମିକ ସଂଘ । ଶ୍ରୀଶ୍ରୀ ରାମେଶ୍ୱର ଶ୍ରମିକ ସଂଘର ସଭାପତି ଜିତେନ୍ଦ୍ର କୁମାର ବିଷୋୟୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବିଗତ ୭ବର୍ଷ ହେଲା କେନ୍ଦ୍ରୀୟ ପଣ୍ୟାଗାର ନିଗମ ନିକଟରେ ମାର୍ଗଶୀର ମାସରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ରୀତିନୀତି ଅନୁଯାୟୀ ମା ଅଷ୍ଟଲକ୍ଷ୍ମୀଙ୍କ ପୂଜା ମହାଡମ୍ବର ସହକାରେ ପାଳନ କରାଯାଉଥିଲା ବେଳେ ଦୈନିକ ଶହଶହ ଯାତ୍ରୀ ଓ ଶ୍ରଦ୍ଧାଳୁ ଭକ୍ତ ଅସ୍ଥାୟୀ ପୂଜା ମଣ୍ଡପକୁ ଆସି ଧନଦାତ୍ରୀ ମା ଅଷ୍ଟ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ଏହି ଅଷ୍ଟଲକ୍ଷ୍ମୀଙ୍କ ପୂଜାକୁ ଶାନ୍ତିଶୃଙ୍ଖଳାର ସହ ସୁପରିଚାଳନା କରିବା ଦିଗରେ ଶ୍ରୀ ଶ୍ରୀ ରାମେଶ୍ୱର ଶ୍ରମିକ ସଂଘର ସମସ୍ତ ସଦସ୍ୟ ସକ୍ରିୟ ସହଯୋଗ କରୁଥିବା ଦେଖିବାକୁ ମିଳୁଛି । ଆଉମାତ୍ର ହାତ ଗଣତି କିଛି ଦିନ ପରେ ଶ୍ରୀ ଶ୍ରୀ ରାମେଶ୍ୱର ଶ୍ରମିକ ସଂଘର ପୂଜା ମଣ୍ଡପରେ ମା’ ଅଷ୍ଟ ଲକ୍ଷ୍ମୀାଙ୍କ ଆରାଧନା ହେବ । ଏଣୁ ପୂଜାମଣ୍ଡପରେ ମୂର୍ତ୍ତି ନିର୍ମାଣ ସହ ସାଜସଜ୍ଜା ଓ ତୋରଣ ତିଆରି କାର୍ଯ୍ୟ ଜୋର୍ସୋର୍ରେ ଚାଲୁ ରହିଥିବା ଦେଖିବାକୁ ମିଳୁଛି । ଶ୍ରୀ ଶ୍ରୀ ରାମେଶ୍ୱର ଶ୍ରମିକ ସଂଘର ଅଷ୍ଟଲକ୍ଷ୍ମୀ ପୂଜା ମଣ୍ଡପ ସୁନ୍ଦର ତୋରଣ ଓ ଆଲୋକ ମାଳାରେ ଝଲସି ଉଠିବ । ଅଷ୍ଟ ଲକ୍ଷ୍ମୀ ପୂଜା ପାଇଁ ଏବେଠୁ ଚଳଚଞ୍ଚଳ ହୋଇ ପଡିଲାଣି ଶ୍ରୀ ଶ୍ରୀ ରାମେଶ୍ୱର ଶ୍ରମିକ ସଂଘ ପୂଜାମଣ୍ଡପ । ପୂର୍ବବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ମହାଆଡମ୍ବରରେ ମା ମହାଲକ୍ଷ୍ମୀଙ୍କ ଅଷ୍ଟଲକ୍ଷ୍ମୀ ପୂଜା ପାଳନ କରାଯିବ ବୋଲି ସଂଘର ରାମେଶ୍ୱର ଶ୍ରମିକ ସଂଘର ସଭାପତି ଜିତେନ୍ଦ୍ର କୁମାର ବିଷୋୟୀ ପ୍ରକାଶ କରିଛନ୍ତି ।