କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ

ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦୁଝର ଜିଲା ଯୋଡା ଥାନା ଅନ୍ତର୍ଗତ ୫୨୦ ନଂ ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ କରୁଥିବା ଠିକା ସଂସ୍ଥା ମନ୍ଟେକାର୍ଲୋ ର ଜଣେ କର୍ମଚାରୀଙ୍କ ଶୁକ୍ରବାର ଡାକ୍ତରଖାନାରେ ସନ୍ଦେହଜନକ ମୃତ୍ୟୁ ଘଟିଛି । ମୃତ କର୍ମଚାରୀ ଜଣକ ହେଲେ ମନୋଜ ତିଓରୀ(୪୫) । ପୋଲିସର ସୂଚନାନୁଯାୟୀ ଜଣାପଡିଛି ଯେ, ଶୁକ୍ରବାର ମୃତ ମନୋଜ ଝାଡା ହେବାରୁ ସେ ଅସୁସ୍ଥ ହୋଇ ପଡିଥିଲେ । ଫଳରେ ମନୋଜଙ୍କୁ ଟାଟାଷ୍ଟିଲ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ହେଲେ ହଠାତ ସେଠାରେ ତାଙ୍କର ସନ୍ଦେହ ଜନକ ମୃତ୍ୟୁ ହୋଇଥିଲା । ମନୋଜଙ୍କର ହଠାତ ସନ୍ଦେହଜନକ ମୃତ୍ୟୁ ହେବାରୁ ମନ୍ଟେକାର୍ଲୋ କମ୍ପାନୀ ପକ୍ଷରୁ ଏହାର ତଦନ୍ତ କରିବା ପାଇଁ ଯୋଡା ଥାନାରେ ଏକ ଏତଲା ଦିଆଯାଇଥିଲା । ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ନଂ ୦୫/୨୦୨୦ ରୁଜୁ କରି ମୃତଦେହକୁ ବ୍ୟବଛେଦ ପାଇଁ ବଡବିଲ ଡାକ୍ତରଖାନାକୁ ପଠାଯାଇଥିବା ପୋଲିସ ସୂଚନା ଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ