କର୍ମଜୀବୀ ମହିଳାଙ୍କ ପାଇଁ ସମସ୍ୟା ପାଲଟିଛି ଲକଡାଉନ

ସାରା ଦେଶରେ କୋରୋନା ଭାଇରସ ସଂକ୍ରମଣ ବଢ଼ିଚାଲିଥିବାକୁ ଦ୍‌ଷ୍ଟିରେ ରଖି ଭାରତ ସରକାରଙ୍କ ଦ୍ବାରା ୨୫ ମାର୍ଚ୍ଚରୁ ପୂରା ଦେଶରେ ଲକଡାଉନ ଘୋଷଣା କରାଯାଇଛି। ଅଫିସ ଯାଇ ପାରୁ ନ ଥିବା କାରଣରୁ ଲୋକେ ଘରୁ ନିଜର ସମସ୍ତ ଅଫିସିଆଲ କାମ କରୁଛନ୍ତି। ଭାରତରେ କୋରୋନା ଭାଇରସ ଲକଡାଉନର ସବୁଠାରୁ ବଡ଼ ବିଡ଼ମ୍ବନା ହେଉଛି ମହିଳାଙ୍କ ପାଇଁ ଏହି ସମୟରେ କାମର ବୋଝ ହାଲୁକା ହେବା ବଦଳରେ ଦୁଇଗୁଣା ହୋଇଯାଉଛି। ତେଣୁ ଲକଡାଉନ ମହିଳାଙ୍କ ପାଇଁ ସମସ୍ୟା ପାଲଟିବାରେ ଲାଗିଛି। ସୂଚନାଯୋଗ୍ୟ, ଏଥିପାଇଁ କର୍ମଜୀବୀ ମହିଳାମାନେ ଗୋଟିଏ ପଟେ ୱାର୍କ ଫ୍ରମ ହୋମ କରି ୯ରୁ ୧୦ ଘଣ୍ଟା ଅଫିସ କାମ କରୁଥିବା ବେଳେ ବାକି ସମୟରେ ସେମାନଙ୍କୁ ଘର ଓ ପରିବାରର ପୂରା ଧ୍ୟାନ ଦେବାକୁ ପଡ଼ୁଛି। ତେଣୁ ସେମାନେ ଶାରୀରିକ ଓ ମାନସିକ ଭାବେ ଅଧିକ ଥକି ଯାଉଛନ୍ତି।
ଅଫିସ ୱାର୍କ ରିପୋର୍ଟ
କୋରୋନା ଭାଇରସ ଲକଡାଉନ ପାଇଁ କମ୍ପାନୀମାନେ ନିଜ କର୍ମଚାରୀଙ୍କୁ ଘରେ କାମ କରିବାକୁ ନିର୍ଦେଶ ଦେଇଛନ୍ତି। କେତେକ କମ୍ପାନୀଙ୍କ କହିବାନୁସାରେ, ୱାର୍କ ଫ୍ରମ ହୋମ ସମୟରେ କର୍ମଚାରୀଙ୍କ ଯିବା ଆସିବା ସମୟ ବଞ୍ଚି ଯାଉଛି। ତେଣୁ ସେମାନେ କର୍ମଚାରୀଙ୍କ ଠାରୁ ଅଧିକ କାମ ଆଶା କରୁଛନ୍ତି। ଏପରିସ୍ଥଳେ ପୁରୁଷଙ୍କୁ ନୁହେଁ, ବରଂ ମହିଳାଙ୍କୁ ଅତିରିକ୍ତ ସମୟ ବାହାର କରିବାକୁ ପଡ଼ୁଛି। କାରଣ ମହିଳାମାନଙ୍କୁ କେବଳ ଅଫିସ କାମ ନୁହେଁ, ବରଂ ଘର କାମ କରିବାକୁ ପଡ଼ୁଛି।
ପୁରୁଷ କରୁନାହାନ୍ତି ସାହାଯ୍ୟ
ଭାରତୀୟ ଘରେ ସାଧାରଣତଃ ଘରକାମର ଦାୟିତ୍ବ ମହିଳାଙ୍କର ରହିଥାଏ। ଏପରିସ୍ଥଳେ ଯଦି ସାଧାରଣ ଦିନରେ ମଧ୍ୟ ସହାୟିକା ଛୁଟି ନେଇଥାଏ, ତେବେ ମହିଳାଙ୍କ ଉପରେ ଘରକାମ ଦାୟିତ୍ବ ବଢ଼ିଯାଏ। ଲକଡାଉନ ସମୟରେ ଠିକ୍ ସେଇଆ ହେଉଛି। ଏବେ ମହିଳାଙ୍କୁ ଘରର ସମସ୍ତ କାମ କରିବାକୁ ପଡ଼ୁଛି। ଏପରିସ୍ଥଳେ ସେମାନଙ୍କୁ ଗୋଟିଏ ପଟେ ଅଫିସ ପାଇଁ ୯ ଘଣ୍ଟା ପୂରା କରିବାର ଚିନ୍ତା ରହିଥିବା ବେଳେ ଘରକାମ ଚିନ୍ତା ମଧ୍ୟ ରହିଛି। କାରଣ ଭାରତୀୟ ପୁରୁଷମାନେ ଘରକାମରେ ସହାୟତା କରିବା ନା ବରାବର ରହିଥାଏ। ତେଣୁ ମହିଳାଙ୍କୁ ଘରକାମ ସହିତ ଜଡ଼ିତ ବେସିକ କାମ କରିବାକୁ ପଡ଼ୁଛି।
ନିଜ ପାଇଁ ସମୟ ନାହିଁ
ସାରାଦିନ ଅଫିସ ଓ ଘର କାମ କରିବା କାରଣରୁ ମହିଳାଙ୍କ ପାଖରେ ନିଜ ପାଇଁ ସମୟ ମିଳୁ ନାହିଁ। ବିନା କାହାର ସହାୟତାରେ ଘରର କାମ କରିବା ସମସ୍ୟା ପାଲଟିଛି। ଏହି କାରଣରୁ ମହିଳାମାନେ ତ୍ବଚା ଓ ଡାଏଟର କଥା ଛାଡ଼ନ୍ତୁ ବରଂ ଶୋଇବା ପାଇଁ ମଧ୍ୟ ସମୟ ମିଳୁ ନାହିଁ। ଏପରିକି ସପ୍ତାହରେ ମିଳୁଥିବା ୱିକ ଅଫ ଦିନରେ ମଧ୍ୟ ଅଧିକାଂଶ ସମୟ ଘରର କାମ ପୂରା କରିବାରେ ଲାଗିପଡ଼ିଥାନ୍ତି, ଯାହା ଅନ୍ୟ ଦିନ ମାନଙ୍କରେ କରିପାରି ନ ଥାନ୍ତି।
ଶାରୀରିକ ଓ ମାନସିକ ଚାପ
ଅଫିସ ଓ ଘରକାମ କରିବା ପରେ ମହିଳାଙ୍କ ଶାରୀରିକ ଓ ମାନସିକ ଚାପର ସମସ୍ୟା ଭୋଗିବାକୁ ପଡ଼ୁଛି। ଉଦାହରଣ ସ୍ବରୂପ ଯେଉଁ ଘରେ ପିଲା ଅଛନ୍ତି, ସେମାନଙ୍କୁ ଅଫିସ କାମ କରିବା ସହିତ ଘରକାମ ଓ ପିଲାଙ୍କ ଯତ୍ନ ନେବାକୁ ପଡ଼ିଥାଏ। ତେଣୁ ମହିଳାମାନଙ୍କ ଶାରୀରିକ ଓ ମାନସିକ ଥକାପଣ ମହିଳାଙ୍କ କାମ କରିବାର କ୍ଷମତା ଉପରେ ମଧ୍ୟ ପ୍ରଭାବ ପକାଇଥାଏ।
ଅନପେଡ କାମର ହିସାବ ନାହିଁ
ଅଫିସରେ ଆମେ ଯେତେ କାମ କରିଥାଉ, ମାସ ଶେଷରେ ସେଥିପାଇଁ ଦରମା ମିଳିଥାଏ। କିନ୍ତୁ ଘର କାମର କିଛି ଦରମା ମିଳି ନ ଥାଏ। ଏହି ଅନପେଡ କାମର କୌଣସି ହିସାବ ନ ଥାଏ। ଏକ ରିପୋର୍ଟ ମୁତାବକ ପ୍ରତ୍ୟେକ ମହିଳା ନିୟମିତ ପାଖାପାଖି ୬ରୁ ୮ ଘଣ୍ଟା ଅନପେଡ କାମ କରିଥାନ୍ତି। ଯେଉଁଥିପାଇଁ ସେମାନଙ୍କୁ ଅର୍ଥ ମିଳି ନ ଥାଏ। ଏପରିସ୍ଥଳେ ଲକଡାଉନ ସମୟରେ ଏହି ଅନପେଡ କାମର ଅବଧି ମଧ୍ୟ ବଢ଼ିଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ