କଲେଜ ଅଫ ବେସିକ ସାଇନ୍ସ ଏଣ୍ଡ ଟେକ୍ନୋଲୋଜି’ର ବାର୍ଷିକ ଉତ୍ସବ
ବାଲେଶ୍ୱର, (ସରୋଜ ପଣ୍ଡା):ସହର ଗୋପାଳଗାଁ ସ୍ଥିତ ‘କଲେଜ ଅଫ ବେସିକ ସାଇନ୍ସ ଏଣ୍ଡ ଟେକ୍ନୋଲୋଜି’ ଶିକ୍ଷାନୁଷ୍ଠାନର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ସୌମେନ୍ଦ୍ର ପାଲ ଏଥିରେ ପୌରୋହିତ୍ୟ କରିବା ସହିତ ଶିକ୍ଷାର ବାସ୍ତବ ଉଦ୍ଦେଶ୍ୟ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଫକୀର ମୋହନ ସ୍ୱଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ଦିଲୀପ କୁମାର ଘୋଷ ଏଥିରେ ମୁ୍ଖ୍ୟଅତିଥି ଭାବେ ଯୋଗଦେଇ ଗୁଣାତ୍ମକ ଶିକ୍ଷା ସାଙ୍ଗକୁ କଳା ସଂସ୍କୃତି ପ୍ରତି ଋଚି ରଖିବାକୁ ଛାତ୍ରଛାତ୍ରୀଙ୍କୁ କହିଥିଲେ । କେକେଏସ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. ସୁବ୍ରତା ଦେବଙ୍ଗନା ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ନାରୀ ଶିକ୍ଷତ ହେଲେ ସଂସ୍କାରଯୁକ୍ତ ସମାଜ ପ୍ରତିଷ୍ଠା ସମ୍ଭବ ହୋଇପାରିବ ବୋଲି କହିଥିଲେ । ନାଟ୍ୟ ସଂସଦର ମୁଖ୍ୟ ଅଧିକାରୀ ଅଧ୍ୟାପକ ଭରତ ଚନ୍ଦ୍ର ମହାରଣା ଏଥିରେ ମଞ୍ଚାସୀନ ଥିଲେ । ଅଧ୍ୟାପକ ଦେବାଶିଷ ମହାନ୍ତି ଓ ଅଧ୍ୟାପିକା ସାୟିଦା ଖାତୁନ ମଞ୍ଚ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଏଥିରେ ସଂଯୋଜନା କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ମହାବିଦ୍ୟାଳୟ ଉପାଧ୍ୟକ୍ଷା ବିପ୍ସା ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସଭାପରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଛାତ୍ରୀ ପ୍ରୀତି ପ୍ରିୟମ୍ବଦା ବେହେରା ପରିଚାଳନା କରିଥିଲେ ।


