ଏଫଏମ ଆଲୁମିନି ପକ୍ଷରୁ ରାଗିଣୀ ଦେବୀଙ୍କ ବିୟୋଗରେ ଶୋକ

ବାଲେଶ୍ୱର, (ସରୋଜ ପଣ୍ଡା):ଫକୀର ମୋହନ ଜଲେଜ ଆଲୁମିନି ସାଧାରଣ ସମ୍ପାଦକ ଶ୍ରୀ ବିଷ୍ଣୁ ପ୍ରସାଦ ମହାନ୍ତିଙ୍କ ସହଧର୍ମିଣୀ ରାଗିଣୀ ମହାନ୍ତିଙ୍କ ବିୟୋଗରେ ଏକ ଶୋକସଭା ସଭାପତି ଡା. ପ୍ରଭାତଚନ୍ଦ୍ର ଚୌଧୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକାରୀ ସଂପାଦକ ଗୋପାଳ ଜେନା ପ୍ରାରମ୍ଭିକ ସୂଚନା ରଖିଥିବା ବେଳେ ଅନସୂୟା ନାୟକ, ସୁରଞ୍ଜନ ଦାସମହାପାତ୍ର, ଦୀପକ ଦାସ ଏବଂ ସଭାପତି ଡ. ଚୌଧୁରୀ ସ୍ମୃତିଚାରଣ କରିଥିଲେ । ସ୍ୱର୍ଗତା ରାଗିଣୀ ଦେବୀଙ୍କର ଗ୍ରାହ୍ୟସ୍ଥ ଜୀବନ, ମହାନୁଭବତା, ଲୋକପ୍ରିୟତା ଏବଂ ବନ୍ଧୁବତ୍ସଳତା ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । କର୍ମକ୍ଷେତ୍ରରେ ସ୍ୱାମୀ ବିଷ୍ଣୁବାବୁଙ୍କୁ ତାଙ୍କର ସଂପୂର୍ଣ୍ଣ ସହଯୋଗିତା ଆଜି ବିଷ୍ଣୁବାବୁଙ୍କୁ ଏକ ସଫଳ ସାମାଜିକ ବ୍ୟକ୍ତିତ୍ୱରେ ପ୍ରତିଷ୍ଠିତ କରାଇପାରିଛି ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ । ସ୍ୱର୍ଗତା ଆତ୍ମାପ୍ରତି ଶ୍ରଦ୍ଧାଞ୍ଜଳି ସହ ଆତ୍ମାର ସଦଗତି ପାଇଁ ସମସ୍ତେ ଈଶ୍ୱରଙ୍କୁ ପ୍ରାର୍ଥନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶରତ ମିଶ୍ର, ବିଜୟ ବଳିଆର ସିଂ, ସୁରଜିତ ମହାପାତ୍ର, ମଧୁସୂଦନ ବେହେରା, ସତ୍ୟନାରାୟଣ ନନ୍ଦ, ଲକ୍ଷ୍ମୀନାରାୟଣ ଘୋଷ, ରାମପ୍ରସାଦ ପ୍ରଧାନ, ରାମଚନ୍ଦ୍ର ସେଠୀ, ଶୋଭାକର ସାହୁ ଏବଂ ପାର୍ଥସାରଥି ଆଶ୍ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଶେଷରେ ସଦସ୍ୟା କଲ୍ୟାଣୀ ନନ୍ଦ ସ୍ୱର୍ଗତା ମହାନ୍ତିଙ୍କ ଉଦ୍ଦେଶ୍ୟରେ ଏକ ସୁନ୍ଦର କବିତା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ