କଲେଜ କୁ ମନ୍ତ୍ରୀ ଙ୍କ ଅଚାନକ ପରିଦର୍ଶନ

ନିମାପଡ଼ା, (ସନ୍ତୋଷ ଦାଶ):କାକଟପୁର ବିଧାୟକ ତଥା ରାଜ୍ୟ କ୍ରୀଡ଼ା, ଯୁବ ବ୍ୟାପାର, ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରା ଆଜି ଅଚାନକ ଅସ୍ତରଙ୍ଗ ବ୍ଲକ ରତନପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଡ୍ରିଗ୍ରୀ ମହାବିଦ୍ୟାଳୟ କୁ ପରିଦର୍ଶନ ରେ ଯାଇ ସେଠାରେ ଥିବା ଶିକ୍ଷା ବ୍ୟବସ୍ଥା ର ଅନୁଧ୍ୟାନ କରିଥିଲେ। କଲେଜ ର ଛାତ୍ର, ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ମାନଙ୍କ ସହିତ ଶିକ୍ଷା ବ୍ୟବସ୍ଥା ସମ୍ପର୍କ ରେ ସବିଶେଷ ଆଲୋଚନା କରିଥିଲେ। କଲେଜ କୁ ଅତ୍ୟାବଶ୍ୟକ ବିଜ୍ଞାନାଗାର ଉପକରଣ ଯୋଗାଇଦେବାକୁ ଛାତ୍ର ଛାତ୍ରୀ ମାନେ ମନ୍ତ୍ରୀ ଙ୍କ ନିକଟରେ ଦାବି କରିଥିଲେ। ଖୁବ ଶୀଘ୍ର ସେ ଉଚ୍ଚ ଶିକ୍ଷାମନ୍ତ୍ରୀ ଙ୍କ ସହିତ ଆଲୋଚନା କରି ଯାହା ସମ୍ଭବ ତାହା କଲେଜ କୁ ପ୍ରଦାନ କରିବେ ବୋଲି ମନ୍ତ୍ରୀ ଶ୍ରୀ ବେହେରା ପ୍ରତିଶ୍ରୁତି ଦେଇଥିଲେ। ଶିକ୍ଷା ର ମାନ କୁ ଅଧିକ ଉନ୍ନତ କରି ଶିକ୍ଷା ପ୍ରଦାନ କରିବାକୁ ମନ୍ତ୍ରୀ ସମସ୍ତ ଅଧ୍ୟାପକ,ଅଧ୍ୟାପିକା ମାନଙ୍କୁ ପରାମର୍ଶ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ