କଲେଜ ପରିସରରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୃର୍ତ୍ତୀ ଉନ୍ମୋଚିତ
ହାଟଡ଼ିହି,(ଯୁଗାବ୍ଦ ନ୍ରୁ୍ୟଜ୍) : ଛେନାପଦିଛକ ସ୍ଥିତ ବିଶ୍ୱତାରିଣୀ ମହିଳା ମହାବିଦ୍ୟାଳୟ ପରିସରରେ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଗାନ୍ଧୀଙ୍କର ଏକ ପ୍ରତିମୃର୍ତ୍ତୀ ସ୍ଥାପନ କରାଯାଇଛି । ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପ୍ରତିମୃତ୍ତୀକୁ ଉନ୍ମୋଚନ କରିଥିବାବେଳେ ଅଧ୍ୟକ୍ଷା ସବିତା ସ୍ୱାଇଁ, ଅଧ୍ୟାପକ ରବିନ୍ଦ୍ର କୁମାର ଜେନା, ଯୁକ୍ତ ୩ କଲେଜର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପହି, ଅଧ୍ୟାପିକା ଉଷାରାଣୀ ଦାସ, ସୁକାନ୍ତୀ ମହାପାତ୍ର, ହିମାଶୁଂ ମିଶ୍ର, ନଦୀୟା ମୋହନ ପଟ୍ଟନାୟକ, ରାଜଶ୍ରୀ ଗୋସ୍ୱାମୀ, ମମତା ବିଶୋଇ, ବେଦମତୀ ନାୟକଙ୍କ ସମେତ ସମସ୍ତ ଅଧ୍ୟାପକ ଓ କର୍ମଚାରୀ ଉପସ୍ଥିତ ଥିଲେ ।