କଳାବ୍ୟାଜ ପିନ୍ଧି ଅମଲାଙ୍କ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଆରମ୍ଭ

ବାଲେଶ୍ୱର, (ସରୋଜ ପଣ୍ଡା):ବାରମ୍ବାର ଦାବି ସତ୍ତ୍ୱେ ବେତନ ଅସଙ୍ଗତି ଦୂର ନେଇ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତିକୁ ଶାନ୍ତିପୂର୍ଣ୍ଣ ବିରୋଧ କରିଛି ୪ ଗୋଟି ଅମଲା ସଂଘକୁ ନେଇ ଗଠିତ ମିଳିତ ମଞ୍ଚ । ମଞ୍ଚର ଆହ୍ୱାନ କ୍ରମେ ସୋମବାର ଠାରୁ ଅମଲାମାନେ କଳାବ୍ୟାଜ ପିନ୍ଧି ରାଜ୍ୟ ବ୍ୟାପୀ ପ୍ରତିବାଦ ଜଣାଇବା ଆରମ୍ଭ କରିଛନ୍ତି । ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଅମଲାମାନେ କଳାବ୍ୟାଜ ପିନ୍ଧ କାର୍ଯ୍ୟ କରୁଥିବା ଲକ୍ଷ୍ୟ କରାଯାଇଛି । ଏହି ପ୍ରତିବାଦ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଦାବି ପୂରଣ ନେଇ ଯଦି ସରକାର କିଛି ନିଷ୍ପତ୍ତି ନ ନିଅନ୍ତି ତାହାଲେ ୧ ତାରିଖରୁ ଅମଲାମାନେ ଏକକାଳୀନ ସମୂହ ଛୁଟିରେ ଯିବେ ବୋଲି ଓଡ଼ିଶା ଅମଲା ସଂଘ ସମ୍ପାଦକ ରାଜେନ୍ଦ୍ର କୁମାର ମହାନ୍ତି ଓ ଓଡ଼ିଶା ରାଜସ୍ୱ ଅମଲା ସଂଘ ସମ୍ପାଦକ ସ୍ୱସ୍ତିକ ଦାସ ସୂଚନା ଦେଇଛନ୍ତି । ଅମଲା ନେତାଙ୍କ ଆପତ୍ତି ଅନୁସାରେ ଶିକ୍ଷାଗତ ଯୋଗ୍ୟତା ମାଟ୍ରିକରୁ ସ୍ନାତକକୁ ବୃଦ୍ଧି ସାଙ୍ଗକୁ କମ୍ପ୍ୟୁଟର ଶିକ୍ଷାକୁ ବି ବାଧ୍ୟତାମୂଳକ କରାଯାଇଛି । ଜନସାଧାରଣଙ୍କୁ ଉତ୍ତମ ସେବା ପ୍ରଦାନ ପାଇଁ ସରକାର ଉଚ୍ଚଶିକ୍ଷା ଗତ ଯୋଗ୍ୟତା ସ୍ଥିର କଲେ । ମାତ୍ର ୫୦ ବର୍ଷ ପର୍ବର ମେଟ୍ରିକ ଯୋଗ୍ୟତା ଭିତ୍ତିକ ବେତନ ହାର ପରିବର୍ତ୍ତନ ନେଇ ଅଦ୍ୟାବଧି କୌଣସି ପଦକ୍ଷେପ ନିଆ ନଯିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ସେମାନେ ଆରୋପ କରିଛନ୍ତି । ବିଶେଷ କରି ପ୍ରବେଶିକା ସ୍ତରରେ ୪୨୦୦ ଗ୍ରେଡ ପେ ବା ଲେଭଲ-୯ ଲାଗୁ ପାଇଁ ସଂଗଠନ ପକ୍ଷରୁ ବାରମ୍ବାର ଦାବି କରାଯାଇଛି । ମାତ୍ର ଏ ବାବଦରେ ଅଦ୍ୟାବଧି କୌଣସି ପଦକ୍ଷେପ ନିଆଯାଇ ନଥିବା ଅମଲା ନେତାମାନେ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ