କଳା ଓ କ୍ରିଡା ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଇଓଙ୍କୁ ଦାବିପତ୍ର ପ୍ରଦାନ
ନାଉଗାଁ, (ୱାଇଏନ୍ଏସ୍): ନାଉଗାଁ ବ୍ଳକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ୨୦୧୩ ମସିହାରୁ ଅସ୍ଥାୟୀ ଭାବେ କ୍ରିଡା ଓ କଳା ଶିକ୍ଷକ ନିଯୁକ୍ତି ହୋଇଛନ୍ତି । ସୋମବାର କ୍ରିଡା ଶିକ୍ଷକ ଦେବୀପ୍ରସନ୍ନ ରାଉଳଙ୍କ ନେତୃତ୍ୱରେ ଉକ୍ତ ଶିକ୍ଷକମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବ୍ଳକ ଶିକ୍ଷାଧିକାରୀ ବାଇଧର ତ୍ରିପାଠୀଙ୍କୁ ପ୍ରଦାନ କରାଯାଇଛି । ସମସ୍ୟା ଗୁଡିକ ମଧ୍ୟରେ ସମସ୍ତ କଳା ଓ କ୍ରିଡା ଶିକ୍ଷକଙ୍କୁ ଯଥାଶୀଘ୍ର ସ୍ଥାୟୀ ନିଯୁକ୍ତି ପ୍ରଦାନ, ପୂର୍ଣ୍ଣ ଶିକ୍ଷକ ମାନ୍ୟତା, ସମାନୁଯାୟୀ ଦରମା ପ୍ରଦାନ, ଦରମା ବୃଦ୍ଧି ସହିତ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀଙ୍କ ପାଇଁ ଆସୁଥିବା ସମସ୍ତ ସୁବିଧା ଯୋଗାଇ ଦେବା ପାଇଁ ଦାବିରେ ରହିଛି । ଏହି ସ୍ମାରକପତ୍ରକୁ ନୃସିଂହ ଚରଣ ରାଉତ, ରାମଚନ୍ଦ୍ର ମୁଦୁଲି, ବ୍ରଜକିଶୋର ଦାସ, ସୌଭାଗ୍ୟ ରଂଜନ ପରିଡା, ଦିପ୍ତିରଂଜନ ସାହୁ ଆଦି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପ୍ରଦାନ କରିଛନ୍ତି ।


