କଳା କଳା ଡୋଳାକୁ ଚାହିଁ

କାଳିଆ ତୋ କଳା କଳା ଡୋଳାକୁ ଚାହିଁ
ଦିନ ମୋର ବିତିଯାଉ ଲୁହ ଗଡାଇ
ମୋ ଦୁଃଖର ଲୁହ
ତୋ ସୁଖର ଲୁହ
ଝର ଝର ଝରୁଥାଉ ତୋହରି ଚାହିଁ ।

ସୁଖରେ ଦୁଃଖରେ ଆତଙ୍ଗ କାଳରେ
ତୋତେ ମୁଁ ଖୋଜିଛି ଅନ୍ତରେ ବାହାରେ
ହାତ ବଢାଇଛୁ
ତୋ ମାନ ରଖିଛୁ
ପତିତପାବନ ନାମେ ବାନା ଉଡାଇ ।

କିଏ ଗାଳିଦିଏ କୁଳ ଗୋତ୍ରକୁ ନେଇ
ଗୋଇଠା ମାରିଛି କେ ଛାତିକି ଦେଖାଇ
ସଭିଙ୍କୁ ସହିଛୁ
ନିଜର କରିଛୁ
ଗର୍ବ ଅହଙ୍କାର ତିଳେ ନ ସହୁ କାହିଁ ।

ତୋ ମହିମା ଏ ଜଗତେ କିଏ ନ ଜାଣେ
ଶ୍ରୀକ୍ଷେତ୍ରରେ ବସିଅଛୁ ସଦା ମଉନେ
ଦୋଷୀଙ୍କୁ ଦଣ୍ଡଛୁ
ପାପୀଙ୍କୁ ତଣ୍ଡୁଛୁ
ଅପଲକ ନେତ୍ରେ ଦେଖୁ ସଭିଙ୍କୁ ତୁହି ।

ଗଦାଧର ସାହୁ,ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ