କଳା କୃଷି ଆଇନ ପ୍ରତ୍ୟାହାର ପାଇଁ ଭଞ୍ଜନଗର ଠାରେ ଗଣ ସତ୍ୟାଗ୍ରହ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା): କୃଷକ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ କେନ୍ଦ୍ର ସରକାରଙ୍କ ଷଡଯନ୍ତ୍ର ବିରୋଧରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ଦେଶବ୍ୟାପୀ ଗଣ ସତ୍ୟାଗ୍ରହ ଡାକରାକୁ ସଫଳ କରିବା ପାଇଁ କ୍ରାନ୍ତିକାରୀ କୃଷକ ସଭା ଓ ଆଦିବାସୀ ଭାରତ ମହାସଭା ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଉପ ଜିଲ୍ଲାପାଳ, ଭଞ୍ଜନଗରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜାତିର ଜନକ ବାପୁଜୀଙ୍କ ତିରୋଧାନ ଦିବସ ଜାନୁଆରୀ ୨୬ରେ ଗଣ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି । ଜୁନ ୫ରୁ ଆଣିଥିବା ମୋଦି ସରକାରଙ୍କ କୃଷକ ବିରୋଧୀ ଆଇନ ବିରୋଧରେ କୃଷକ ବୀର ଅନ୍ନଦାତାମାନେ ଦୀର୍ଘ ୭ ମାସ ଧରି କର୍ପୋରେଟ୍ ସପକ୍ଷବାଦୀ ତଥା କୃଷକ ଓ ଖାଉଟିର ସର୍ବନାଶ ପାଇଁ ଉଦ୍ଧିଷ୍ଟ ୩ଟି କଳା କୃଷି ନୀତିକୁ ପ୍ରତ୍ୟାହାର କରିବା ପାଇଁ ସଂଘର୍ଷ ଜାରି ରଖିଛନ୍ତି । ୨୬ ନଭେମ୍ବର ଦିଲ୍ଲୀ ଚଲ୍ଲୋ ଡାକରା ଦେଇ ଦିଲ୍ଲୀର ସମସ୍ତ ସୀମାକୁ ଅବରୋଧ କରି ରଖିବା ସହ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଐତିହାସିକ ମାନ୍ୟତା ମିଳିଛି କିନ୍ତୁ ଏହି ଆନ୍ଦୋଳନକୁ ବଦନାମ କରି ଦେଶବାସୀଙ୍କ ମନରେ ଘୃଣା ଓ ଆତଙ୍କର ବାତାବରଣ ସୃଷ୍ଟି କରିବା ପାଇଁ ୨୬ ଜାନୁଆରୀ ସାଧାରଣତନ୍ତ୍ର ଦିବସରେ କୃଷକମାନଙ୍କ ପକ୍ଷରୁ ଆୟୋଜିତ ଟ୍ରାକ୍ଟର ପ୍ୟାରେଡରେ ଗାନ୍ଧୀ ହତ୍ୟାକାରୀ ଫାସିବାଦୀ ଓ ସାମ୍ପ୍ରଦାୟିକ ଶାସକ ଗୋଷ୍ଠୀ ନିଜ ସମର୍ଥକ ତଥା ଅନ୍ଧ ଭକ୍ତଙ୍କୁ ପ୍ରବେଶ କରାଇ ହିଂସାକାଣ୍ଡ ଘଟାଇ ଐତିହାସିକ କୃଷକ ଆନ୍ଦୋଳନକୁ ବଦନାମ କରିବା ସହ ଆନ୍ଦୋଳନର ନେତା ଓ ୨୦୦ରୁ ଉର୍ଦ୍ଧ୍ବ କୃଷକଙ୍କ ଉପରେ ମିଥ୍ୟା ଆରୋପ ଲଗାଇ ଆନ୍ଦୋଳନ କୁ ଭଣ୍ଡୁର କରିବା ପାଇଁ ହଜାର ହଜାର ପୋଲିସ ଏବଂ ସଂଘୀ ମାନଙ୍କ ଦ୍ବାରା ସରକାରୀ ଦମନ ଆରମ୍ଭ କରିଛି । କିନ୍ତୁ କୃଷି ପ୍ରଧାନ ଭାରତମାଟିରେ ମୋଦି ସରକାରଙ୍କ ଷଡଯନ୍ତ୍ର ବିରୁଦ୍ଧରେ ଏକ ହୋଇ ହୋଇ ଦେଶକୁ ଗାନ୍ଧୀ ହତ୍ୟାକାରୀ ଓ ଅନ୍ଧ ଭକ୍ତଙ୍କ କବଳରୁ ଦେଶକୁ ରକ୍ଷା କରିବା ସହ କୃଷି ବଞ୍ଚାଅ-କୃଷକ ବଞ୍ଚାଅ-ଦେଶ ବଞ୍ଚାଅ ଆନ୍ଦୋଳନରେ ଅନ୍ନଦାତାଙ୍କ ବିଜୟକୁ ସୁନିଶ୍ଚିତ କରିବା ପାଇଁ ଗଣ ସତ୍ୟାଗ୍ରହରେ ସଙ୍କଳ୍ପ ନେଇଥିଲେ । ଏହି ଗଣ ସତ୍ୟାଗ୍ରହରେ କ୍ରାନ୍ତିକାରୀ କୃଷକ ସଭାର ଜିଲ୍ଲା ସମ୍ପାଦକ ଟୁନା ମଲ୍ଲିକ, ଆଦିବାସୀ ଭାରତ ମହାସଭାର ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ସହ ସମ୍ପାଦକ ବିଷ୍ଣୁ ପ୍ରଧାନ, ଭରତ ମଲ୍ଲିକ, କାର୍ତ୍ତିକ ପ୍ରଧାନ, ଶ୍ୟାମ ଜାନୀ, ଦୟା ନିଧୀ ବେହେରା, ଶ୍ୟାମ ପ୍ରଧାନ ଆଦି ଉପସ୍ଥିତ ଥିଲେ ।