କଳିଙ୍ଗ ପ୍ଲେ ସ୍କୁଲରେ ଗଣେଶ ପୂଜା ଅନୁଷ୍ଠିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପୋଖରୀପୁଟସ୍ଥିତ କଳିଙ୍ଗ ପ୍ଲେ ସ୍କୁଲରେ ଗଣେଶ ପୂଜା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ସୁକାନ୍ତି ପଣ୍ଡା, ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ପଣ୍ଡାଙ୍କ ସହିତ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଉପସ୍ଥିତ ରହି ବିଶ୍ୱ ଶାନ୍ତି, ଜନ କଲ୍ୟାଣ ତଥା ବିଘ୍ନ ବିନାଶନ ପ୍ରଭୁ ଗଣେଶ ସମସ୍ତଙ୍କ ମଙ୍ଗଳ କରିବା ସହ ରାଷ୍ଟ୍ରର ସମ୍ମାନ, ସ୍ୱାଭିମାନକୁ ଅତୁଟ ରଖିବା ପାଇଁ ପ୍ରାର୍ଥନା କରିଥିଲେ । ଏହି ମାଙ୍ଗଳିକ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପିଲାମାନଙ୍କୁ ମହାପୁରୁଷମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଅତିଥିମାନେ ମତବ୍ୟକ୍ତ କରିଥିଲେ ।