କଳିଙ୍ଗ ଷ୍ଟାଡ଼ିୟମ ଘେରାଉ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : କଳିଙ୍ଗ ଷ୍ଟାଡ଼ିୟମ ୱାକ୍‌ର୍ସ ଆସୋସିଏସନର ଆହ୍ୱାନରେ କଳିଙ୍ଗ ଷ୍ଟାଡ଼ିୟମ ଭିତରକୁ ସାଧାରଣ ନାଗରିକମାନଙ୍କୁ ପ୍ରବେଶ ନିଷେଧ କରାଯାଇଥିବାରୁ ଏହାର ପ୍ରତିବାଦରେ କଲିଙ୍ଗ ଷ୍ଟାଡ଼ିୟମକୁ ଆଜି ଘେରାଉ କରାଯାଇଥିଲା । ଆଜି ସକାଳ ୬ ଘଟିକା ସମୟରେ କଳିଙ୍ଗ ଷ୍ଟାଡ଼ିୟମ ଗେଟ୍ ନଂ-୩ ସମ୍ମୁଖରେ ୬୦୦ ସଂଖ୍ୟାରେ ବରିଷ୍ଠ ନାଗରିକ, ସମାଜସେବୀ, ଯୋଗ କରୁଥିବା ସାଧାରଣ ନାଗରିକ ଓ ସଂଗଠନର କର୍ମକର୍ତ୍ତମାନେ ସମାଜସେବୀ ଶ୍ରୀ ବାସୁଦେବ ଭଟ୍ଟଙ୍କ ନେତୃତ୍ୱରେ ଭିତରକୁ ଯିବା ପାଇଁ ଜୋର ଜବରଦସ୍ତ ଚେଷ୍ଟା କରିଥିଲେ । କଳିଙ୍ଗ ଷ୍ଟାଡ଼ିୟମ ସୁରକ୍ଷା କର୍ମୀ ଓ ପୋଲିସ୍ ସହିତ ଯୁକ୍ତିତର୍କ ହେବାରୁ ଗେଟ୍ ସମ୍ମୁଖରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ସେହି ସମୟରେ କଳିଙ୍ଗ ଷ୍ଟାଡ଼ିୟମ ଭିତରକୁ ବାହାର ଲୋକଙ୍କୁ ପ୍ରବେଶ କରିବାକୁ ଦିଆଯାଇନଥିଲା । ବହୁ ଉଚ୍ଚପଦସ୍ଥ ସରକାରୀ ଅଧିକାରୀ, କିଛି ନିର୍ଦ୍ଦିଷ୍ଟ ବ୍ୟବସାୟୀଙ୍କୁ ପ୍ରବେଶ କରିବାକୁ ଦିଆଯାଇଥିଲା । ଏକ ନିର୍ଦ୍ଦିଷ୍ଟ ସ୍କୁଲ୍‌ର ୨୦ଜଣ ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଷ୍ଟାଡ଼ିୟମରେ ଫୁଟ୍‌ବଲ ଖେଳିବା ପାଇଁ ଦିଆଯାଉଥିବା ବେଳେ ବରିଷ୍ଠ ନାଗରିକ ଓ ସାଧାରଣ ଲୋକମାନଙ୍କୁ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆନଯିବା ଫଳରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ସାଧାରଣ ଲୋକମାନେ କ୍ଷୋଭ ପ୍ରକାଶ କରିଥିଲେ । କଳିଙ୍ଗ ଷ୍ଟାଡ଼ିୟମ ଗେଟ୍‌-୩ ସମ୍ମୁଖରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ସମାଜସେବୀ ଶ୍ରୀ ବାସୁଦେବ ଭଟ୍ଟଙ୍କ ଅଧ୍ୟକ୍ଷତାରେ ଆଇନ୍‌ଜୀବୀ ବନ ବିହାରୀ ମହାନ୍ତି, ସୁଧାକର ପତ୍ରି, କେଦାର ପଟ୍ଟନାୟକ, ବୀରବଳ ବରାଳ, ନବକିଶୋର ବେହେରା, ଚିତ୍ତ ମହାପାତ୍ର, ହେମନ୍ତ ମିଶ୍ର, ରାଜକିଶୋର ସାମନ୍ତରାୟ, ମୁକୁନ୍ଦ ଜେନା, କାମାକ୍ଷା ପଣ୍ଡା ପ୍ରମୁଖ ଉକ୍ତ ସଭାରେ ଯୋଗ ଦେଇଥିବା ବେଳେ ବହୁ ବ୍ୟକ୍ତିବିଶେଷ ସେମାନଙ୍କ ମତାମତ ପ୍ରଦାନ କରିଥିଲେ । ଯଦି କଳଙ୍ଗ ଷ୍ଟାଡ଼ିୟମ ଭିତରକୁ ବରିଷ୍ଠ ନାଗରିକ ତଥା ସାଧାରଣ ଜନତାଙ୍କୁ ପ୍ରବେଶ କରାଇ ଦିଅନଯାଏ ତେବେ ଆସନ୍ତା ନଭେମ୍ବର ୧ ଓ ୨ ତାରିଖରେ ହେବାକୁ ଥିବା ଆନ୍ତର୍ଜାତିକ ହକି ଖେଳକୁ ହଜାର ହଜାର ସଂଖ୍ୟାରେ ଜନ ସାଧାରଣ ବିରୋଧ କରଯିବ ବୋଲି ଉକ୍ତ ସଭାରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଆଇଆରସି ଭିଲେଜ୍ ଓ ଜୟଦେବ ବିଭାର ଅଞ୍ଚଳରୁ ରଶ୍ମୀ କାନୁନ୍‌ଗୋ, ଆଲୋକ ନନ୍ଦ, ପ୍ରଶାନ୍ତ ହରିଚନ୍ଦନ, ଏଫ୍‌ଏସ୍‌ସି କ୍ଲବର କର୍ମକର୍ତ୍ତାଙ୍କ ସମେତ ନୟାପଲ୍ଲୀରୁ ଯୁବନେତା ଅର୍ଜୁନ ବେହେରା ଓ ଭାଗିରଥୀ ଭୂତିଆ, ଶାସ୍ତ୍ରୀ ନଗର ଅଞ୍ଚଳରୁ ମିଲନ ପାଇକରାୟଙ୍କ ନେତୃତ୍ୱରେ ଶହ ଶହ ସଂଖ୍ୟାରେ ଲୋକ ଯୋଗଦାନ କରିଥିବା ବେଳେ ମଧୁସୂଦନ ନଗର, ୟୁନିଟ୍‌-୪, ଶବର ସାହି, ଆଚାର୍ଯ୍ୟ ବିହାର ଅଞ୍ଚଳରୁ ସମସ୍ତ ଜନସାଧାରଣ ଯୋଗଦାନ କରି ଆନ୍ଦୋଳନକୁ ସମର୍ଥନ କରିଥିଲେ । ଏହି ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ଆନ୍ଦୋଳନ କମିଟି ଗଠନ କରି ଆଗାମୀ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଉକ୍ତ ସଭାରେ ନିଷ୍ପତ୍ତି ନିଆଯାଇଥିଲା । ଏହି ଅବସରରେ ଏକ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା । ଆସନ୍ତା ୨୩ ତାରିଖ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ କରିବା ପାଇଁ ନିଷ୍ପତ୍ତି ନିଆଯିବା ପରେ ଘେରାଉ କାର୍ଯ୍ୟକ୍ରମକୁ ୨୩ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଗଲା । ଯେଉଁ ଉଚ୍ଚସ୍ତରୀୟ ବୈଠକରେ କ୍ରୀଡ଼ାମନ୍ତ୍ରୀ, କ୍ରୀଡ଼ା ସଚିବ, ସ୍ଥାନୀୟ ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ ଉପସ୍ଥିତ ରହିବା ସହିତ ଆନ୍ଦୋଳନ କମିଟିକୁ ଡ଼ାକି ସମାଧାନର ପନ୍ଥା ବାହାର କରିବା ପାଇଁ ପୋଲିସ୍ ଅଧିକାରୀଙ୍କ ମାଧ୍ୟମରେ କୁହାଯିବା ପରେ ଘେରାଉ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଗଲା । ଏହି ଘେରାଉ କାର୍ଯ୍ୟକ୍ରମରେ ମୁଖ୍ୟ ଶ୍ରୀ ପ୍ରସନ୍ନ ବିଷୋୟୀ, ବିଜୟ ନନ୍ଦ, ଅମୀୟ କୁମାର ଜେନା, ଆଦ୍ୟପ୍ରାଣ ସୁବୁଦ୍ଧି, ଦୀପକ ମହାନ୍ତି, ଜଗମୋହନ ବଳିଆରସିଂ, ପୂଣ୍ୟଶ୍ଲୋକ ମହାନ୍ତି, କୈଳାସ ଚନ୍ଦ୍ର ରଥ, ବିବେକାନନ୍ଦ ବାରିକ, ଗୌତମ ବେହେରା, ପ୍ରଣବ ସ୍ୱାଇଁ ଓ ସୁଧାକର ଷଡଙ୍ଗୀଙ୍କ ସମେତ ଶହ ଶହ ସଂଖ୍ୟାରେ ବରିଷ୍ଠ ନାଗରିକ ସମର୍ଥନ କରି ଆନ୍ଦୋଳନକୁ ସଫଳ କରାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ