ମାଙ୍କଡା ପଥର ବୋଝେଇ ଟ୍ରକ ଜବତ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁ୍‌ଜ୍‌) : ହାଟଡିହି ତହସିଲଦାର ଗାୟତ୍ରୀ ସୋରେନ ଓ ଅତିରିକ୍ତ ତହସିଲଦାର ରଶ୍ମିରଞ୍ଜନ ଦାସ ଆଜି ଏକ ମାଙ୍କଡାବୋଝେଇ ଟ୍ରକ ଜବଦ କରିଛନ୍ତି । ଖବରରୁ ଜଣାଯାଇଛି ଯେ ତହସିଲଦାର ଓ ଅତିରିକ୍ତ ତହସିଲଦାର କରଗୋଳା ଗ୍ରାମରୁ ଫେରିବାବାଟରେ ଡଙ୍କୁରୀ ନିକଟରେ ପଥର ବୋଝେଇ କରି ଯାଉଥିବା ଓଆର୦୯ଇ୦୩୭୩ ନମ୍ବର ବିଶିଷ୍ଟ ଟ୍ରକଟିକୁ ଅଟକାଇବାପରେ ପଥର ପରିବହନର କାଗପତ୍ର ମାଗିଥିଲେ । ମାତ୍ର ଗାଡି ଚାଳକ କୌଣସି କାଗଜପତ୍ର ଦେଖାଇ ନପାରିବାରୁ ଅଧିକାରୀ ଦ୍ୱୟ ଟ୍ରକଟିକୁ ଜବଦ କରିଥିଲେ । ପରେ ଏହି ପଥର କୁପାରୀ ଅଞ୍ଚଳରୁ ଆସୁଥିବା ଜଣାପଡିବା ସହ ଉକ୍ତ ଟକରୁ ୨୦ହଜାର ଟଙ୍କା ଜୋରିମାନା ଆଦାୟ ହୋଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ