କଷ୍ଟମ ବିଭାଗ ଜବତ କଲା ୨୭ ଶହ କୋଟିର ହିରୋଇନ
ପାକିସ୍ତାନରୁ ବେଆଇନ ବେପାର ଲମ୍ବିଛି ଭାରତକୁ । ଭାରତୀୟ କଷ୍ଟମ ବିଭାଗ ପକ୍ଷରୁ ୫୩୨ କେଜି ହିରୋଇନ ଜବତ କରାଯାଇଛି । ହିରୋଇନର ମୁଲ୍ୟ ଆନ୍ତର୍ଜାତିକ ସ୍ତରରେ ୨୭ କୋଟି ଟଙ୍କା ହେବ ବୋଲି ଆକଳନ କରିଛି । ଏହି ହିରୋଇନ ପାକିସ୍ତାନରୁ ଭାରତ ଆସୁଥିବା କଷ୍ଟମ ବିଭାଗ ସୂଚନା ଦେଇଛି । ଏହି ଘଟଣାରେ ଦୁଇ ଦେଶ ମଧ୍ୟରେ ହିରୋଇନ କାରବାର ଚାଲିଥିବା ସମୟରେ କଷ୍ଟମ ବିଭାଗ ଜବତ କରିଛି । ଏହା ପୂର୍ବରୁ କେବେ ଏତେ ପରିମାଣର ଡ୍ରଗ୍ସ ଜବତ କରାଯାଇନଥିଲା । କଷ୍ଟମ ବିଭାଗକୁ ବଡ ସଫଳତା ମିଳିଛି । ଏହି ଘଟଣାରେ ଦୁଇ ଦେଶ ମଧ୍ୟରେ ଡ୍ରଗ୍ସ କାରବାର କରୁଥିବା ମାଷ୍ଟର ମାଇଣ୍ଡକୁ ଗିରଫ କରିଛି କାଶ୍ମୀରରୁ । ତାଙ୍କୁ ଜାମ୍ମୁ କାଶ୍ମିରରୁ ପୋଲିସ ଗିରଫ କରିଛି । ତାର ମାଲିକଙ୍କୁ ମଧ୍ୟ ଅଟକ ରଖାଯାଇଛି । ମାଷ୍ଟର ମାଇଣ୍ଡର ନାମ ତାରିକ ଅହମ୍ମଦ ବୋଲି ଜଣାପଡିଛି । ତାର ଘର ହିନ୍ଦୋହିନ୍ଦୱରାରେ ବୋଲି ପ୍ରଶାସନ ତରଫରୁ ଜଣାପଡିଛି ।