କସ୍ତୁରବା ଶିକ୍ଷାଶ୍ରମ ବିଦ୍ୟାମନ୍ଦିର ୨0୧0 ବ୍ୟାଚର ବନ୍ଧୁ ମିଳନ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ):କସ୍ତୁରବା ଶିକ୍ଷାଶ୍ରମ ବିଦ୍ୟାମନ୍ଦିର ୨0୧0 ବ୍ୟାଚର ପାସ ଆଉଟ ପୁରାତନ ଛାତ୍ରଛାତ୍ରୀ ମାନଙ୍କର ଏକ ବନ୍ଧୁ ମିଳନ ଡେରାସ ଡ୍ୟାମ ଠାରେ ଅନୁଷ୍ଠିତ ହୋଇଥିଲା | ନିଜ ବ୍ୟସ୍ତ ବହୁଳ ଜୀବନ ଭିତରେ ବର୍ଷକୁ ଥରେ ପୁରୁଣା ବନ୍ଧୁ ମାନଙ୍କୁ ଏକାଠି କରି ଭାବର ଆଦାନ ପ୍ରଦାନ କରିଆସୁଛନ୍ତି | ପୁରୁଣା ସାଙ୍ଗମାନଙ୍କ ସହ ଏକାଠି ହେଲେ ଆତ୍ମାର ଲାଗେ ଆଉ ପୁରୁଣା ସ୍ମୃତି ଗୁଡିକ ପୁଣି ଉଦ୍ଜୀଜୀବତ ହୋଇଉଠେ ବୋଲି ଉକ୍ତ ଛାତ୍ରଛାତ୍ରୀ ମାନେ କହିଛନ୍ତି | ତେବେ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ କସ୍ତୁରବା ଶିକ୍ଷାଶ୍ରମ ବିଦ୍ୟାମନ୍ଦିର ୨0୧0 ବ୍ୟାଚର ପାସ ଆଉଟ ପୁରାତନ ଛାତ୍ରଛାତ୍ରୀ ସଦାଶିବ ମହାକୁଡ଼, କା୍ହୁ , ଜଲୀ, ଜୟସ୍ମିତା, ଅପରା, ପ୍ରେରଣା, ବର୍ଷା, ସ୍ୱପ୍ନା, ବାସୁଦେବ, ରାକେଶ, ଜ୍ୟୋତିରଞ୍ଜନ, ସମ୍ବିତ ଉପସ୍ଥିତ ଥିଲେ |


