କାକଟପୁର ଆସୁଛନ୍ତି ଅପରାଜିତା
ନିମାପଡ଼ା, (ସନ୍ତୋଷ ଦାଶ):ଭୁବନେଶ୍ୱର ସାଂସଦ ତଥା ବିଜେପି ଦଳର ରାଷ୍ଟ୍ରୀୟ ମୁଖପାତ୍ରଓ କାକଟପୁର ର ବୋହୁ ଅପରାଜିତା ଷଡ଼ଙ୍ଗୀ ଆସନ୍ତା ୧୦ ତାରିଖରେ ପୁରୀ ଜିଲ୍ଲାର କାକଟପୁର ଅଞ୍ଚଳ ଗସ୍ତ କରୁଥିବା ଜଣାପଡ଼ିଛି। କାକଟପୁର ଅସ୍ତରଙ୍ଗ ବିକାଶ ପରିଷଦ ଦ୍ଵାରା ଅପରାଜିତା ଙ୍କ ଗସ୍ତର ଆୟୋଜନ କରାଯାଇଛି । ଶ୍ରୀମତୀ ଷଡ଼ଙ୍ଗୀ ସକାଳ ୮. ୩୦ ମିନିଟ ରେ ଭୁବନେଶ୍ୱର ଛାଡ଼ିବେ। ନିମାପଡା ଠାରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା କରାଯିବା ସହିତ ନୟାହାଟ ଠାରୁ ବିଶାଳ ମଟର ସାଇକେଲ ରାଲି ରେ ତାଙ୍କୁ କାକଟପୁର ମା ମଙ୍ଗଳା ମନ୍ଦିର ପର୍ଯ୍ୟନ୍ତ ପାଛୋଟି ଅଣାଯିବ। ମା ମଙ୍ଗଳା ଙ୍କ ଦର୍ଶନ କରିବାପରେ ଶ୍ରୀମତୀ ଷଡ଼ଙ୍ଗୀ ପଦଯାତ୍ରା ରେ କାକଟପୁର ବ୍ଲକ ପଡିଆ କୁ ଯାଇ ସେଠାରେ ଆୟୋଜିତ ଏକ ସାଧାରଣସଭା ରେ ଉଦବୋଧନ ଦେବେ। ମଧ୍ୟାହ୍ନ ଭୋଜନ ପରେ ସେ ସାମ୍ବାଦିକ ସମ୍ମିଳନୀ ଯୋଗଦେବେ। ତାଙ୍କ ଗସ୍ତ ପାଇଁ ସମସ୍ତ ପ୍ରସ୍ତୁତିପର୍ବ ଶେଷ ହୋଇଥିବା ବିକାଶ ପରିଷଦ ପକ୍ଷରୁ କୁହାଯାଇଛି। ଆଗାମୀ ସାଧାରଣ ନିର୍ବାଚନ କୁ ଆଖି ଆଗରେ ରଖି ଅପରାଜିତା ବିଭିନ୍ନ ସ୍ଥାନ ଗସ୍ତ କରୁଥିବା ବେଳେ ତାଙ୍କ ଗସ୍ତ କୁ ନେଇ ବିଭିନ୍ନ ମହଲରେ ବିଭିନ୍ନ ଆଲୋଚନା ହେଉଛି।


