ତିନିଚକିଆ ଯାନ ପ୍ରଦାନ କରିବାକୁ ରାଷ୍ଟ୍ରପତି ଙ୍କୁ ଚିଠି ଲେଖିଲେ ଭିନ୍ନକ୍ଷମ

ନିମାପଡ଼ା, (ସନ୍ତୋଷ ଦାଶ):ଭିନ୍ନକ୍ଷମ ଙ୍କ ପାଇଁ ସରକାର କେତେ ଯୋଜନା କରିଛନ୍ତି। କିନ୍ତୁ ବିଭାଗୀୟ ଅଧିକାରୀ ଙ୍କ ଅର୍ଥପିପାସୁ ମନୋଭାବ ଓ ନିଷ୍କ୍ରିୟତା ପାଇଁ ସବୁ ଯୋଜନା ପ୍ରହସନ ରେ ପରିଣତ ହୋଇଛି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଗୋପ ବ୍ଲକ ର ନୟାହାଟ ଅଞ୍ଚଳ ରେ। ନୟାହାଟ ନିକଟସ୍ଥ ମଧୁବନ ଗ୍ରାମର ଦେବରାଜ ସାହୁ ଜଣେ ଭିନ୍ନକ୍ଷମ ବ୍ୟକ୍ତି ଅଟନ୍ତି।ଏକ ପାନ ଦୋକାନ କରି ସେ ପରିବାର ପ୍ରତିପୋଷଣ କରି ଆସୁଛନ୍ତି। ସରକାର ଙ୍କ ପକ୍ଷରୁ ତାଙ୍କୁ ମାସକୁ ୩୦ କିଲୋ ଚାଉଳ ଓ ୭୦୦ ଟଙ୍କା ମିଳୁଛି। ସେ ଜଣେ ଭଲ ବ୍ୟବସାୟୀ ହୋଇଥିବାରୁ ଅଧିକ ରୋଜଗାର କରିବାକୁ ନୟାହାଟ ସାପ୍ତାହିକ ହାଟ କୁ ଯାଇ ବ୍ୟବସାୟ କରିବାକୁ ଚାହାନ୍ତି। ଏଥିପାଇଁ ତାଙ୍କ ର ତିନିଚକିଆ ଯାନ ଟିଏ ଦରକାର ହେଉଛି। ଆର୍ଥିକ ଅନାଟନ କାରଣ ରୁ ସେ ଏହି ଯାନ କିଣି ପାରୁନାହାନ୍ତି। ତାଙ୍କୁ ସରକାର ଙ୍କ ପକ୍ଷରୁ ବ୍ୟାଟେରୀ ଚାଳିତ ତିନି ଟିକିଆ ଯାନ ଟିଏ ଯୋଗାଇ ଦେବାକୁ ସେ ବ୍ଲକ କାର୍ଯ୍ୟାଳୟ ଠାରୁ ଜିଲ୍ଲା କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆବେଦନ କରି ନିରାଶ ହେବା ପରେ ମହାମହିମ ରାଷ୍ଟ୍ରପତିଙ୍କ ପାଖକୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଏହି ଘଟଣା ସମଗ୍ର ନୟାହାଟ ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି। ମହାମହିମ ରାଷ୍ଟ୍ରପତି ଓଡ଼ିଶା ର ଲୋକ ହୋଇଥିବାରୁ ନିଶ୍ଚୟ ତାଙ୍କ ଆବେଦନ କୁ ଗ୍ରହଣ କରି ତାଙ୍କୁ ତିନି ଚକିଆ ବ୍ୟାଟେରୀ ଚାଳିତ ଯାନ ଟିଏ ଯୋଗାଇ ଦେବାକୁ ପଦକ୍ଷେପ ଗ୍ରହଣ କରିବେ ବୋଲି ଦେବରାଜ ଆଶା ରଖିଥିବା କହିଛନ୍ତି। ଏ ସମ୍ପର୍କ ରେ ଗୋପ ବ୍ଲକ ସମାଜ କଲ୍ୟାଣ ଅଧିକାରିଣୀ ମମତା କୁମାରୀ ଜେନା ଙ୍କୁ ପଚାରିବାରେ ସେ କହିଥିଲେ ଯେ, ଦୀର୍ଘ ଦିନ ପୂର୍ବେ ଦେବରାଜ ତିନିଚକିଆ ଗାଡି ଟିଏ ପାଇଁ ଆବେଦନ କରିଥିଲେ। ଆମେ ତାଙ୍କୁ ବ୍ଲକ କାର୍ଯ୍ୟାଳୟ କୁ ଡ଼କାଇ ତିନି ଚକିଆ (ଟ୍ରାଇ) ସାଇକଲ ନେବାକୁ କହିଥିଲୁ। ସେ ରାଜି ହୋଇ ନ ଥିଲେ। ତାଙ୍କ ର ବ୍ୟାଟେରୀ ଚାଳିତ ତିନିଚକିଆ ମୋଟର ସାଇକେଲ ଦରକାର ବୋଲି ସେ କହିଥିଲେ। ଏହି ଯାନ ବ୍ଲକ ର ସମାଜ କଲ୍ୟାଣ ବିଭାଗ ପାଖରେ ନାହିଁ। ଏହି ଯାନ ପାଇଁ ଜିଲ୍ଲା ସମାଜ କଲ୍ୟାଣ ବିଭାଗ କାର୍ଯ୍ୟାଳୟ କୁ ଯାଇ ଆବେଦନ କରିବାକୁ ପଡ଼ିବ। ଜିଲ୍ଲା କାର୍ଯ୍ୟାଳୟ ପକ୍ଷରୁ ସଂପୃକ୍ତ ମୋଟର ସାଇକେଲ କମ୍ପାନୀ କୁ କୁହାଯିବ। ସେଠାରୁ ଯାନ ଆସିଲେ ଭିନ୍ନକ୍ଷମ ହିତାଧିକାରୀ ଙ୍କୁ ପ୍ରଦାନ କରାଯିବ। ଦେବରାଜ ଜିଲ୍ଲା କାର୍ଯ୍ୟାଳୟ ଯାଇ ଆବେଦନ କରିବାକୁ ଆମେ ପରାମର୍ଶ ଦେଇଛୁ ବୋଲି କହିଥିଲେ। ତୁରନ୍ତ ଦେବରାଜ ଙ୍କୁ ତିନି ଚକିଆ ବ୍ୟାଟେରୀ ଚାଳିତ ମୋଟର ସାଇକେଲ ଟିଏ ପ୍ରଦାନ କରିବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ