କାନ୍ଦି ପକାଇଲା ଭାରତୀୟ ମହିଳା ହକି ଟିମ୍

ନୂଆଦିଲ୍ଲୀ, (ୱାଇଏନ୍‌ଏସ୍‌): ମ୍ୟାଚ୍ ହାରିବା ପରେ ଭାରତୀୟ ମହିଳା ଖେଳାଳିମାନେ ମଇଦାନରେ ଖୁବ୍ କାନ୍ଦିଥିଲେ। ପ୍ରଥମଥର ପଦକ ଜିତିବାର ସୁଯୋଗ ହାତରୁ ଚାଲିଯାଇଥିବାରୁ ମହିଳାମାନେ ନିଜର କୋହକୁ ରୋକିପାରିନଥିଲେ। ବ୍ରିଟେନ୍ ଖେଳାଳିମାନେ ଖେଳୁଆଡ଼ ମନୋଭାବ ଦେଖାଇ ଭାରତୀୟ ମହିଳାଙ୍କ ସାନ୍ତ୍ୱନା ଦେଇଥିଲେ। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମହିଳା ଖେଳାଳିଙ୍କ ପ୍ରଦର୍ଶନ ପାଇଁ ଖୁବ୍ ପ୍ରଶଂସା କରିଛନ୍ତି। ମ୍ୟାଚ୍ ଶେଷ ହେବା ପରେ ପିଏମ୍ ମୋଦି ମହିଳା ଟିମ୍ ସହ ଫୋନ୍ ଯୋଗେ କଥା ହୋଇଥିଲେ। କଥାବାର୍ତ୍ତା ବେଳେ ମହିଳା ହକି ଟିମର ସବୁ ଖେଳାଳି ଭାବବିହ୍ୱଳ ହୋଇଯାଇଥିଲେ। ପ୍ରଧାନମନ୍ତ୍ରୀ ଫୋନରେ କଥା ହୋଇ ମହିଳାଙ୍କ ଆତ୍ମବିଶ୍ୱାସ ବଢ଼ାଇଥିଲେ। ମୋଦି କହିଛନ୍ତି, ଆପଣମାନେ ସମସ୍ତେ ଭଲ ଖେଳିଛନ୍ତି। ଗତ ୫-୬ ବର୍ଷ ଧରି ଆପଣମାନେ ଏହି ଖେଳ ପାଇଁ ଖୁବ୍ ଝାଳ ବୁହାଇଛନ୍ତି। ଆପଣଙ୍କ ଏହି ଝାଳବୁହା ପରିଶ୍ରମ ପଦକ ସିନା ଦେଇପାରିଲା ନାହିଁ, କିନ୍ତୁ ଏହା ଦେଶର ଝିଅମାନଙ୍କ ପାଇଁ ପ୍ରେରଣା ପାଲଟିଛି। ମୁଁ ଟିମର ସବୁ ସଦସ୍ୟ ଓ କୋଚଙ୍କୁ ବଧେଇ ଜଣାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ