କାମ ଦଉନି ସରକାରଙ୍କ ନିୟମ

ଘଟଗାଁ- ରାଜ୍ୟରେ ଥିବା ସମସ୍ତ ସରକାରୀ ଆଦର୍ଶ ବିଦ୍ୟାଳୟ ଗୁଡିକରେ ଚଳିତ ବର୍ଷ ପ୍ରବେଶିକା ପରିକ୍ଷା ପାଇଁ ଆବେଦନ ଫର୍ମ ଗ୍ରହଣ କରାଯାଉଛି । ତେବେ ଓଡିଶାର ସମସ୍ତ ଆଦର୍ଶ ବିଦ୍ୟାଳୟ ଗୁଡିକରେ ସରକାରଙ୍କ ନିୟମ ଅନୁଯାୟୀ ଆବେଦନ ଫର୍ମ ଗ୍ରହଣ କରାଯାଉଥିବା ବେଳେ ତାର ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି ଘଟଗାଁ ବ୍ଲକ୍ ଅନ୍ତର୍ଗତ ଟିକିରା ଆଦର୍ଶ ବିଦ୍ୟାଳୟରେ ସରକାରଙ୍କ ନିୟମକୁ ଫୁ କରି ମନଇଚ୍ଚା ଆବେଦନ ଫର୍ମ ଗ୍ରହଣ କରାଯାଉଥିବା ଅଭିଯୋଗ ହୋଇଛି । ସୂଚନା ଯୋଗ୍ୟ ଯେ, ଚଳିତ ବର୍ଷ ସରକାର ରାଜ୍ୟର ସମସ୍ତ ପ୍ରବେଶିକା ପରିକ୍ଷା ପାଇଁ ଫର୍ମ ଆବେଦନ କରିବା ସମୟରେ କୌଣସି ଜାତିଗତ ପ୍ରମାଣପତ୍ର ଓ ବାସସ୍ଥାନ ପ୍ରମାଣପତ୍ର ର ଆବଶ୍ୟକ ନାହିଁ ବୋଲି ନିୟମ କରିଥିବା ବେଳେ ଘଟଗାଁ ବ୍ଲକ୍‌ର ଟିକିରା ଆଦର୍ଶ ବିଦ୍ୟାଳୟରେ ବିନା ଜାତିଗତ ପ୍ରମାଣପତ୍ର ଓ ବାସସ୍ଥାନ ପ୍ରମାଣପତ୍ରରେ ଆବେଦନ ଫର୍ମ ଗ୍ରହଣ କରାଯାଉନାହିଁ । ଯାହାଫଳରେ ଅବିଭାବକ ମନରେ ଅସନ୍ତୋଷ ପ୍ରକାଶ ପାଉଥିବା ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ