କାମ ଦେଉନି ହାଇଡ୍ରକ୍ସିକ୍ଲୋରୋକ୍ୱିନ ବଟିକା !

ୱାଶିଂଟନ: କରୋନାର ଉପଶମ ପାଇଁ ଆମେରିକା ସମେତ ବିଭିନ୍ନ ରାଷ୍ଟ୍ରରେ ଏବେ ବିକଳ୍ପ ମହୌଷଧି ଭାବେ ମ୍ୟାଲେରିଆ ଔଷଧ ହାଇଡ୍ରକ୍ସିକ୍ଲୋରୋକ୍ୱିନର ଉପଯୋଗକୁ ବିଚାର କରାଯାଉଥିବା ବେଳେ ଏହାର ସଫଳତାରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କୌଣସି କରୋନା ପୀଡ଼ିତ କେବଳ ହାଇଡ୍ରକ୍ସିକ୍ଲୋରୋକ୍ୱିନ କିମ୍ବା ଏଥି ସହ ଆଜିଥ୍ରୋମାଇସିନ ମିଶାଇ ସେବନ କରିବା ଦ୍ୱାରା ସମ୍ପୂର୍ଣ୍ଣ କରୋନାମୁକ୍ତ ହୋଇପାରୁଥିବା କିମ୍ବା ଅତି ଗୁରୁତର ରୋଗୀ ଭେଣ୍ଟିଲେଟରର ନିର୍ଭରଶୀଳତା କମାଇ ଦେଉଥିବାର ପ୍ରମାଣ ଏ ଯାବତ ମିଳିନାହିଁ । ଫଳରେ ଅଦ୍ୟାବଧି କୋଭିଡ-୧୯ ପାଇଁ ଉପଯୁକ୍ତ ଉପଶମକାରୀ ବାହାରିନଥିବା ସ୍ଥଳେ ହାଇଡ୍ରକ୍ସିକ୍ଲୋରୋକ୍ୱିନକୁ ବିଳଳ୍ପ ପ୍ରତିକାର ଭାବେ ଗ୍ରହଣ କରିନେଇଥିବା ଚିକିତ୍ସାବତ ଏବଂ ଦେଶମାନଙ୍କ ପାଇଁ ଶକ୍ତ ଧକ୍କା ମିଳିଛି । ଏ ସଂକ୍ରାନ୍ତ ସବିଶେଷ ରିପୋର୍ଟ ଇଂଲଣ୍ଡ ଜର୍ଣ୍ଣାଲ ଅଫ ମେଡିସିନର ସଦ୍ୟ ସଂସ୍କରଣରେ ପ୍ରକାଶ ପାଇଛି । କୋଭିଡ-୧୯ ରୋଗୀଙ୍କୁ ହାଇଡ୍ରକ୍ସିକ୍ଲୋରୋକ୍ୱିନ ବ୍ୟବହାର କରିବା ପାଇଁ ସେମିତି କିଛି ପ୍ରମାଣସିଦ୍ଧ ନୈଦାନିକ ତଥ୍ୟ ମିଳିପାରିନାହିଁ ବୋଲି ଉକ୍ତ ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି । ଅପରପକ୍ଷେ, ରୋଗୀଙ୍କ ଠାରେ ସମ୍ପୃକ୍ତ ଔଷଧକୁ ମଧ୍ୟ ବ୍ୟବହାର ନ କରିବା ପାଇଁ ସେମିତି କିଛି ଦୃଢ଼ ଭାବେ ବାରଣ କରାଯାଉନାହିଁ ।
ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଏହି ହାଇଡ୍ରକ୍ସିକ୍ଲୋରୋକ୍ୱିନ ପ୍ରଯୋଗ କରାଯାଇଥିବା ସଂଖ୍ୟାଧିକ କରୋନା ପୀଡ଼ିତଙ୍କର ମୃତ୍ୟୁ ଘଟିଛି । ତେବେ ଏହି ପରିପ୍ରେକ୍ଷୀରେ ହାଇଡ୍ରକ୍ସିକ୍ଲୋରୋକ୍ୱିନକୁ ଅନ୍ୟତମ ଶ୍ରେଷ୍ଠ ବିକଳ୍ପ ଭାବେ ଗ୍ରହଣ କରି ତଦନୁସାରେ ଆକ୍ରମଣାତ୍ମକ ପଦକ୍ଷେପ ନେଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଭଳି ରିପୋର୍ଟର ସତ୍ୟାସତ୍ୟ ପରଖିବେ ବୋଲି କହିଛନ୍ତି । ଏଠାରେ ସ୍ମରଣଯୋଗ୍ୟ, ଆମେରିକାରେ ଦିନକୁ ଦିନ ହୁ ହୁ ହୋଇ ବଢ଼ି ଚାଲିଥିବା କରୋନା ଆକ୍ରାନ୍ତ ଏବଂ ମୃତକଙ୍କ ସ୍ଥିତିରେ ବିରାମ ଆଣିବା ଲକ୍ଷ୍ୟରେ ଟ୍ରମ୍ପ ପ୍ରଶାସନ ପ୍ରତିକାର ସ୍ୱରୂପ ନିଜ ଦେଦଶରେ ତିନି କୋଟି ସଂଖ୍ୟକ ହାଇଡ୍ରକ୍ସିକ୍ଲୋରୋକ୍ୱିନ ମାତ୍ରା (ଡୋଜ) ସଂଗ୍ରହ କରି ରଖିଛନ୍ତି ଯାହାର ସିଂହଭାଗ ଭାରତରୁ ହିଁ ଆମଦାନି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ