କାଳବୈଶାଖି ତାଣ୍ଡବ : ୪ ବଖରା ଘର ଧ୍ୱଂସ
ଗରିବ ୪ଟି ପରିବାର ଉପରେ ଦାଉ ସାଧିଛି କାଳବୈଶାଖି । ଗୋଟିଏ ପଟେ ଗ୍ରୀଷ୍ମର ଅଗ୍ନିବର୍ଷା ରାଜ୍ୟରେ ଜାରୀ ରହିଥିବା ବେଳେ କେତେକ ସ୍ଥାନରେ କାଳବୈଶାଖି ତାଣ୍ଡବ ରଚିବାର ଦେଖାଦେଇଛି । ଦାରିଙ୍ଗିବାଡିର କୁଜୁଲି ଗ୍ରାମରେ କାଳବୈଶାଖି ତାଣ୍ଡବ ରଚି ୪ ଟି ପରିବାର କୁ ସର୍ବସ୍ୱାନ୍ତ କରିଦେଇଛି । ଏହି ପରିବାରର ସଦସ୍ୟ ମାନେ ଆର୍ଥିକ ଅନଟନରେ ରହିଥାନ୍ତି । ତେଣୁ ଗ୍ରାମର ବର୍ଜାଘାତରେ ଟିଣ ଛପର ଉଡିଯାଇଥିବା ପରିବାରକ ଗୁୂଡିକ ମଧ୍ୟରେ କବିରାଜ ବଳିଆ ସିଂ , ମହେନ୍ଦ୍ର ବଳିଆ ସିଂ ,ହେନର ବଳିଆସିଂ ,ଓ ଥମାସ ବଳିଆରସିଂ ଅଛନ୍ତି । କାମ କରିଲେ ପରିବାର ପୋଷଣ କରୁଥିବାରୁ ଘରକୁ ପୁନରୁଦ୍ଧାର କରିବା ଏମାନଙ୍କ ପାଇଁ କଷ୍ଟଦାୟକ ତେଣୁ ସରକାରୀ ତରଫରୁ ସାହାର୍ଯ୍ୟ କରିବା ପାଇଁ ସାଧାରଣ ଲୋକ ଦାବି କରିଛନ୍ତି ।