କାର୍ତିକେଶ୍ୱର ପୂଜାରେ ସାଧୁସନ୍ଥ ସମ୍ମିଳନୀ

ନାଉଗାଁ , (ଯୁଗାବ୍ଦ ନ୍ୟୁଜ) : ନାଉଗାଁ ବ୍ଲକ ଗଂଗଦା ମଝିପଡାସ୍ଥିତ ଶ୍ରୀ ଗୋପଳ ଦାସ ସିଦ୍ଧପୀଠରେ କାର୍ତିକେଶ୍ୱର ପୂଜା କମିଟି ପକ୍ଷରୁ  କାର୍ତିକେଶ୍ୱର ପୂଜା ଅନୁଷ୍ଠିତ ହେଇଯାଇଛି । ଏହି ଉପଲକ୍ଷେ ସାଧୁସନ୍ଥ ସମ୍ମିଳନୀ,ଓଡିଶୀ ନୃତ୍ୟ,ଘୋଡାନାଚ,ଭଜନ ପରିବେଷଣ ଆଦି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସାଧୁସନ୍ଥ ସମ୍ମିଳନୀରେ ଓଡିଶା ସାଧୁସନ୍ଥ ସମାଜର ସଭାପତି ତଥା ଗୋଠଦା ମଠର ମଠାଧିଶ ମହନ୍ତ ମହାରାଜ ଶ୍ରୀ ଚିନ୍ତାମଣୀ ପର୍ବତ ଗୋସ୍ୱାମୀ,ଶ୍ରୀଜଗନ୍ନାଥ ସଂସ୍କୃତି ପଚାରକ ବାବା ଦିବାକର ଦାସ ମହାରାଜ ଯୋଗ ଦେଇ ଗାଁ ଗାଁରେ ଭାଇଚାରା ସୃଷ୍ଟି ହେଉ,ଭାଗବତ ଟୁଙ୍ଗିର ପୁନରୁଦ୍ଧାର ହେଉ,ଭେଦଭାବ ଭୁଲି ସମସ୍ତେ ଭଲରେ ରୁହନ୍ତୁ ବୋଲି କରିଥିଲେ । ବିଚିତ୍ର କୁମାର ପଣ୍ଡା କାର୍ଯ୍ୟକ୍ରମର ମଂଚ ପରିଚାଳନା କରିଥିବା ବେଳେ ପୂଜା କମିଟର ସମସ୍ତ ସଦସ୍ୟଙ୍କ ସମେତ ଗ୍ରାମବାସୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ