କାର୍ତ୍ତିକ ପାଇଁ ସୀତା ପାହାଡରେ ଭକ୍ତଙ୍କ ଭିଡ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ପବିତ୍ର କାର୍ତ୍ତିକ ମାସ ପାଳନ ଅବସରରେ ଗଜପତି ଜିଲ୍ଲାର ଅନ୍ୟତମ ମୁଖ୍ୟ କିମ୍ବଦନ୍ତୀପୂର୍ଣ୍ଣ ସୀତା ପାହାଡରେ ଭକ୍ତଙ୍କ ବେଶ ସମାଗମ ଦେଖିବାକୁ ମିଳୁଛି । ବିଶେଷ କରି ପୋଡଶୀ ଆନ୍ଧ୍ର ସମେତ ଦକ୍ଷିଣ ଓଡିଶାର ବହୁ ଭକ୍ତ ପ୍ରତ୍ୟେକ ଦିନ ଏଟାରେ ସମାଗମ ହେଉଥିବା ଲକ୍ଷ କରାଯାଇଛି । ଭକ୍ତମାନେ ସୀତା ପାହାଡକୁ ପାଦ ଚଲାରେ ଯାଇ ସେଠାରେ ଥିବା ମାଁସୀତା ଦେବୀଙ୍କ ମନ୍ଦିରରେ ମାଁସୀତାଙ୍କୁ ପୂଜା ଆରଧନା କରନ୍ତି । କିମ୍ବଦନ୍ତୀରେ ରହିଛି ଏଠାରେ ମାଁସୀତା ଦେବୀଙ୍କ ମନ୍ଦିରରେ ମାଁସୀତାଙ୍କୁ ଦର୍ଶନ କରି ନିଜର ମନସ୍କାମନା ଜଣାଇଲେ ତାହା ପୁରଣ ହୁଏ । ସୀତା ପାହାଡ ଉନ୍ନୟନ କମିଟିର ସଭାପତି ପ୍ରଫୁଲ ପାତ୍ର କହିଛନ୍ତି,ପ୍ରତ୍ୟେକ ଦିନ ବହୁ ଭକ୍ତ ଏଠାକୁ ଆସି ମାଁଙ୍କୁ ଦର୍ଶନ କରିବା ସହ ପୂଜାପାଠ କରିଥାନ୍ତି । ପ୍ରତ୍ୟେକ ଦିନ ଭକ୍ତ ମାନଙ୍କୁ ଏଠାରେ ମାଁଙ୍କ ଅନ୍ନ ପ୍ରସାଦ ବିନା ମୁଲ୍ୟରେ ପ୍ରଦାନ କରାଯାଉଅଛି ।


