କାର୍ତ୍ତିକ ପୁର୍ଣ୍ଣିମା ପାଇଁ ଗଜପତିରେ କଟକଣା ନିଜଘରେ ନିଜେ ଡଙ୍ଗା ଭସାଇଲେ ଲୋକେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାରେ କାର୍ତ୍ତିକ ପୁର୍ଣ୍ଣିମା ପାଇଁ ପ୍ରଶାସନ ତରଫରୁ ବ୍ୟପକ କଟକଣା ଜାରି ହୋଇଛି । କୋଭିଡକୁ ନିୟନ୍ତ୍ରଣ କରିବା ପାଇଁ କାର୍ତ୍ତିକ ପୁର୍ଣ୍ଣମିରେ ମହେନ୍ଦ୍ରତନୟା ନଦୀ ଓ ବିଭିନ୍ନ ଜଳାଶୟରେ ଡଙ୍ଗା ଭସାଣୀକୁ ସମ୍ପୁର୍ଣ୍ଣ ଭାବେ ବାରଣ କରାଯାଇ ୧୪୪ଧାରା କଟକଣା ଜାରି ହୋଇଛି । ମହେନ୍ଦ୍ରତନୟା ନଦୀ ଓ ବିଭିନ୍ନ ଜଳାଶୟରେ ଆଜି ଭୋର ସମୟରୁ ପୋଲିସ ସଜାଗ ରଖାଯାଇ ଡଙ୍ଗା ଭସାଣୀକୁ ବନ୍ଦ କରିଦିଆଯାଇଛି । ଏଥିସହ ପାରଳାଖେମୁଣ୍ଡି ସହରର ଶ୍ରୀ ଜଗନ୍ନାଥ ମନ୍ଦିର,ଶ୍ରୀରାଧାକୃଷ୍ଣ ମନ୍ଦିର ସମସ୍ତ ଶୀବାଳୟରେ ଆଜି ୧୪୪ଧାରା ବଳବତ୍ତର ରହିବା ସହ ସମସ୍ତ କଟକଣା ଜାରି କରାଯାଇଛି । ଯୋଦ୍ୱାରା କି ସହରର ସମସ୍ତ ମନ୍ଦିରରେ ଭକ୍ତ ଓ ଶ୍ରଧାଳୁମାନେ ପୁଜାର୍ଚ୍ଚନା ପାଇଁ ପ୍ରବେଶ କରିପାରି ନାହାଁନ୍ତି । ଏ ସମସ୍ତ କଟକଣା ଯୋଗୁଁ ଲୋକେ ମହେନ୍ଦ୍ରତନୟା ନଦୀ ଓ ବିଭିନ୍ନ ଜଳାଶୟକୁ ଡଙ୍ଗା ଭସାଣୀ ପାଇଁ ଯାଇ ନ ପାରି ନିଜନିଜ ଘରେ ଥିବା କୁଅ ଓ ଘରର ବିଭିନ୍ନ ଉପକରଣରେ ପାଣି ରଖି ଡଙ୍ଗା ଭସାଇ ପୁଜାପାଠ କରିଥିବା ଦେଖାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ