କାର୍ତ୍ତିକ ପ୍ରଥମ ସୋମବାର ପାଇଁ ଶୈବପୀଠରେ ଭକ୍ତଙ୍କ ଭିଡ଼

ନିମାପଡ଼ା, (ସନ୍ତୋଷ ଦାସ):କାର୍ତ୍ତିକ ମାସର ପ୍ରଥମ ସୋମବାର ହେତୁ ଆଜି ପ୍ରାଚୀ ଉପତ୍ୟକା ର ବିଭିନ୍ନ ଶୈବ ପୀଠରେ ଭକ୍ତ ଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।ପ୍ରାଚୀ ଉପତ୍ୟକା ରେ ରହିଥିବା କପିଳେଶ୍ୱର, ଗୋ କର୍ଣ୍ଣେଶ୍ୱର, ତ୍ରିବେଣୀଶ୍ୱର, ଶୋଭନେଶ୍ୱର, ରାମେଶ୍ବର, ଅଙ୍ଗେଶ୍ୱର,ଅମରେଶ୍ୱର,ଗ୍ରାମେଶ୍ୱର, ସୋମେଶ୍ୱର,ନାଟେଶ୍ୱର, ସିଦ୍ଧେଶ୍ୱର, ମୁକ୍ତେଶ୍ୱର ପ୍ରଭୃତି ଦ୍ଵାଦଶ ଶମ୍ଭୁ ଙ୍କ ମନ୍ଦିରରେ ଭକ୍ତମାନେ ପହଞ୍ଚି ଠାକୁରଙ୍କୁ ପୂଜା କରିବା ସହିତ ପରିବାର ର ମଙ୍ଗଳ କାମନା କରି ଲିଙ୍ଗ ଉପରେ ପାଣିଲାଗି କରିଥିଲେ ।ଏଥିସହିତ ବନ୍ଦେଶ୍ୱର, ନୀଳକଣ୍ଠେଶ୍ୱର,ଈଶ୍ୱରନାଥ, ବୁଢାଲିଙ୍ଗ, ବ୍ରହ୍ମେଶ୍ୱର, ହରଗଣେଶ୍ୱର ପ୍ରଭୃତି ଶୈବପୀଠ ମାନଙ୍କ ରେ ବି ଭକ୍ତ ମାନଙ୍କ ଭିଡ ଜମିଥିଲା । କାର୍ତ୍ତିକ ମାସ ର ପ୍ରତି ସୋମବାର ଦିନ ଶିବ ଶମ୍ଭୁ ଙ୍କୁ ଦର୍ଶନ ଓ ପୂଜା କଲେ କୋଟି ପୂଣ୍ୟ ଅର୍ଜ୍ଜନ ହୁଏ ବୋଲି ବିଶ୍ବାସ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ