କାର୍ତ୍ତିକ ମାସର ଅନନ୍ୟ ପରମ୍ପରା ଚଉରାମୂଳ ରେ ଜଳୁଛି ଆକାଶ ଦୀପ

ନିମାପଡ଼ା, (ସନ୍ତୋଷଦାଶ):ଧର୍ମ ମାସ କାର୍ତ୍ତିକ। ଏହି ମାସ ରେ ବିଧବା ମହିଳା ଓ ଧର୍ମ ପରାୟଣା ମହିଳା ମାନେ ଭକ୍ତି ଓ ନିଷ୍ଠାର ସହ ପାଳନ କରୁଛନ୍ତି କାର୍ତ୍ତିକ ବ୍ରତ। ପ୍ରାତଃ ରୁ ଚଉରା ମୂଳରେ ରାଇ ଦାମୋଦର ପୂଜା କରିବା ସହିତ ସଂଧ୍ୟା ରେ ତୁଳସୀ ଚଉରା ମୂଳରେ ଜାଳୁଛନ୍ତି ଆକାଶ ଦୀପ। ଏହି ମାସ ରେ ବିଭିନ୍ନ ମଠ, ମନ୍ଦିର ମାନଙ୍କ ରେ ବି ଭକ୍ତ ମାନେ , ବ୍ରତ ଓଷା ପାଳନ କରୁଥିବା ବ୍ୟକ୍ତି ମାନେ ଆକାଶଦୀପ ଜାଳୁଛନ୍ତି। କାର୍ତ୍ତିକ ମାସ ରେ ଚଉରା ମୂଳରେ ଦୀପ ଜାଳିଲେ ଓ ସଂଧ୍ୟା ରେ ଆକାଶ ଦୀପ ଜାଳିଲେ ପୂର୍ବପୁରୁଷ ମାନେ ଖୁସି ହୋଇ ଆଶ୍ରିବାଦ କରନ୍ତି ଓ ଅଶେଷ ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି କାର୍ତ୍ତିକ ପୁରାଣ ରେ ଉଲ୍ଲେଖ ରହିଛି । ଏକ ସିଧା ଲମ୍ବା ବାଉଁଶ ରେ ରଶି ଲଗାଯାଇ ପୋତା ଯାଇଥାଏ। ରଶି ରେ ଏକ ସିକା ବନ୍ଧା ଯାଇ ତା ମଧ୍ୟରେ ଏକ ଛିଦ୍ର ଯୁକ୍ତ ମାଟି ହାଣ୍ଡି ରଖା ଯାଇଥାଏ। ହାଣ୍ଡି ଭିତରେ ବାଲି ଅଳ୍ପ ରଖାଯାଇ ସଂଧ୍ୟାରେ ପୂଜା କରା ଯାଇଥିବା ଜ୍ୱଳନ୍ତ ଘିଅ ଦୀପ ତା ମଧ୍ୟ ରେ ରଖାଯାଇ ହାଣ୍ଡି ର ଘୋଡଣୀ ଦେଇ ରଶି ରେ ହାଣ୍ଡି କୁ ବାଉଁଶ ଶୀର୍ଷ କୁ ଉଠାଯାଇଥାଏ। ( ଯେପରି ଜାତୀୟ ପତାକା ବନ୍ଧା ହୋଇ ଉପର କୁ ଉଠା ଯାଇଥାଏ )। ବାଉଁଶ ଶୀର୍ଷ ରେ ରାତି ସାରା ହାଣ୍ଡି ଭିତରେ ଘିଅ ଦୀପ ଜଳୁଥାଏ। ହାଣ୍ଡି ର ଛିଦ୍ର ଦେଇ ଦୀପ ର ଆଲୋକ ଶିଖା ବହୁଦୂର ପର୍ଯ୍ୟନ୍ତ ଧିକ୍ ଧିକ୍ ହୋଇ ଦେଖା ଯାଇଥାଏ। ଏହି ଆଲୋକ କୁ ଦେଖି ପିତୃଲୋକ ମାନେ ବାଟ ଦେଖିପାରି ଥାନ୍ତି ବୋଲି ବିଶ୍ଵାସ ରହିଛି। କାର୍ତ୍ତିକ ମାସରେ ଚଉରା ମୂଳରେ ଆକାଶ ଦୀପ ଜାଳିବା ପରମ୍ପରା କାହିଁ କେତେ କାଳରୁ ଆମ ଓଡ଼ିଆ ସଂସ୍କୃତି ର ଏକ ଅଙ୍ଗ ଭାବେ ରହି ଆସିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ