କାର୍ଯ୍ୟଦେଶ ଶେଷ ପରେବି ସରିନାହିଁ ରାସ୍ତା ତିଆରି କାମ
ସମ୍ବଲପୁର,(ନୃପଲାଲ ଦେବ): ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଏବେ ଭୋଜପୁରଠୁ ଜମନକିରାକୁ ଆରଡ଼ି ରାସ୍ତା ଉନ୍ନତିକରଣ କାମ ଚାଲଛି l ସୂଚନା. ଯେ ଭୋଜପୁରଠୁ ଜମନକିରାର ରାସ୍ତା ଉନ୍ନତିକରଣ ପାଇଁ ୮, ୮୯, ୪୪, ୯୦୭ ଟଙ୍କା ଅଟକଳ ମୂଲ୍ୟରେ ୦୨-୧୨-୨୦୧୯ ଠୁ ୦୧-୧୦-୨୦୨୦ ମଧ୍ୟରେ ରାସ୍ତା କାମ ସାରିବାକୁ ନିର୍ଦ୍ଧାରିତ ହୋଇଥିଲା l ହେଲେ ଏବେ ପୂର୍ତ୍ତବିଭାଗର ଅବହେଳା ଯୋଗୁଁ କାର୍ଯ୍ୟଦେଶ ନିର୍ଦ୍ଧାରିତ ସମୟ ଶେଷ ହୋଇଯାଇଥିଲେ ମଧ୍ୟ ରାସ୍ତା ତିଆରି କାମ ୫୦% ରେ ଅଟକି ରହିଛି l ଯାହା ଫଳରେ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି l ଅଞ୍ଚଳବାସୀଙ୍କ ଅଭିଯୋଗ କ୍ରମେ ଏହି କାର୍ଯ୍ୟକୁ ଠିକା ସଂସ୍ଥା ଆରମ୍ଭରୁ ନିମ୍ନମାନର କାମ କରୁଥିବାର ବାରମ୍ବାର ଅଞ୍ଚଳବାସୀ ଅଭିଯୋଗ କରୁଥିଲେ | ପ୍ରଶାସନ ତଥା ପୂର୍ତ୍ତବିଭାଗ ଏହାକୁ ଖାମଖିଆଲୀ ମନୋଭାବ ନେଇ କୌଣସି କାର୍ଯ୍ୟନୁଷ୍ଠାନ କରୁନାହିଁ l ସେହିଭଳି ଅଭିଯୋଗ କ୍ରମେ ରାସ୍ତା ତିଆରି ପାଇଁ ରାସ୍ତା କୋଡ଼ି ଦୀର୍ଘ ଦିନ ପର୍ଯ୍ୟନ୍ତ ପଡି ରହୁଥିଲା l ପରେ ରାସ୍ତାରେ ଆକ୍ସ ଦେବାପରେ l ପାଣି ନ ଦେବା ଯୋଗୁଁ ଯିବାଆସିବା କରୁଥିବା ପଥଚାରି ବା ବାଇକ ଆରୋହୀ ମାନେ ଅଣନିଶ୍ୱାସୀ ହେବା ସହ ଦୁର୍ଘଟଣାର ସମ୍ମୁଖୀନ ହେଉଥିବାର ଅଭିଯୋଗ ମଧ୍ୟ ହୋଇସାରିଛି l ସେହି ଭଳି ରାସ୍ତାଟି ଅନେକ ଜାଗାରେ ଛୋଟ ଛୋଟ ଗର୍ତ୍ତ ହୋଇ ରହିଥିବାରୁ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଏହାକୁ ନେଇ ଅଞ୍ଚଳର ଡେଙ୍ଗସର୍ଗି ମନ୍ଦିର ପୂଜାରୀ ଖଗେଶ୍ୱର ମହାପାତ୍ରଙ୍କ ଅଭିଯୋଗ କ୍ରମେ ସେ ବାରମ୍ବାର ଲୋକଙ୍କୁ ନେଇ ସଂସ୍ଥାକୁ ଅଭିଯୋଗ କରିବା ପରେ ମଧ୍ୟ ରାସ୍ତାକୁ ନେଇ ଉକ୍ତ ସଂସ୍ଥା କି ପ୍ରଶାସନ କୌଣସି ଗୁରୁତ୍ୱ ଦେଉନଥିବା ଅଭିଯୋଗ କରିଛନ୍ତି l ଏହାକୁ ନେଇ ଉକ୍ତ ଠିକା ସଂସ୍ଥାର ନିର୍ବାହୀ ଅଧିକାରୀ ପଙ୍କଜ ରାଉତରାୟଙ୍କୁ ଯୋଗାଯୋଗ କରାଯିବାରୁ ଏହି ରାସ୍ତାରେ ପାଣି ପକାଗଲେ ଏବେ ପିଚୁ କାମରେ ଅସୁବିଧା ହେବା ବୋଲି ଖାମ ଖୀଆଲି ମନୋଭାବ ନେଇ ଉତ୍ତର ଦେଇଥିବା ବେଳେ ପୁଣି ଏହି ରାସ୍ତାକୁ ନେଇ ଆରଡ଼ି ସଂସ୍ଥାର ଯନ୍ତ୍ରୀଙ୍କୁ ବାରମ୍ବାର କରିବା ପାଇଁ ଚେଷ୍ଟା କରିଥିଲେ | ସେ ଫୋନ ଉଠାଇ ନଥିଲେ l ଏନେଇ ଉଚ୍ଚ କତୃପକ୍ଷ୍ୟ ହସ୍ତଖେପ କରି ଶୀଘ୍ର ରାସ୍ତା ତିଆରି କାମ ସାରିବାକୁ ଅଞ୍ଚଳ ବାସି ଦାବି କରିଛନ୍ତି l