‘କାର୍ଯ୍ୟରତ ଆଇନଜୀବୀ ବ୍ୟବସ୍ଥା’ ଆରମ୍ଭ

ବାଲେଶ୍ୱର, (ସରୋଜ ପଣ୍ଡା) :-ରାଜ୍ୟ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ କ୍ରମେ ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ବାଲେଶ୍ୱର ଟାଉନ ଥାନାରେ କାର୍ଯ୍ୟରତ ଆଇନଜୀବୀ ବ୍ୟବସ୍ଥା ଶୁଭାରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଚଳିତ ଫେବୃଆରୀ ମାସ ପାଇଁ ପ୍ୟାନେଲ ଲୟର ଭାବେ ଆଇନଜୀବୀ ଲିଙ୍ଗରାଜ ମହାନ୍ତିଙ୍କୁ ନିୟୋଜିତ କରାଯାଇଛି । ଥାନାକୁ ଗିରଫ ହୋଇ ଆସୁଥିବା ଅଭିଯୁକ୍ତ, ଏତଲାକାରୀ ତଥା ପୀଡ଼ିତାଙ୍କୁ ଆଇନସେବା ପାଇବାକୁ ନାନା ସମସ୍ୟାର ସମ୍ମୁଖୀନ ହେଉଥିଲେ । ଏହାକୁ ଦୃଷ୍ଟିରେ ରଖି ଉଚ୍ଚ ନ୍ୟାୟଳୟ ରାଜ୍ୟବ୍ୟାପୀ ଏହିଭଳି ବ୍ୟବସ୍ଥା ଲାଗୁ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହିକ୍ରମରେ ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ନିଃଶୁଳ୍ପ ଆଇନଗତ ପରାମର୍ଶ ଓ ସହାୟତା ପ୍ରଦାନ ଲକ୍ଷ୍ୟରେ ବ୍ୟବସ୍ଥା ଆରମ୍ଭ କରାଯାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ