କାର୍ଯ୍ୟରତ ଶ୍ରମିକ ଏବଂ କାର୍ଯ୍ୟ ପାଇଁ ଅଡି ବସିଥିବା ଗ୍ରାମବାସୀଙ୍କ ମଧ୍ୟରେ ରେଳ ସାଇଡ଼ିଂ କାର୍ଯ୍ୟକୁ ନେଇ ପୁଣି ଆନ୍ଦୋଳନ

ଯୋଡା, (ସମୀର କୁମାର ଦାସ):କାର୍ଯ୍ୟରତ ଶ୍ରମିକ ଓ କାର୍ଯ୍ୟ ପାଇଁ ଅଡି ବସିଥିବା ପ୍ରଭାବିତ ଗ୍ରାମବାସୀଙ୍କ ମଧ୍ୟରେ ରେଳ ସାଇଡ଼ିଂ କାର୍ଯ୍ୟକୁ ନେଇ ପୁଣି ଆନ୍ଦୋଳନ ଘାନେଇଲା। ଆଲୋଚନାରେ ପ୍ରଭାବିତ ଅଞ୍ଚଳବାସୀଙ୍କୁ ପ୍ରତିଶୃତି ମିଳିବା ପରେ କାର୍ଯ୍ୟରତ ଠିକା ଶ୍ରମିକଙ୍କ ଅସନ୍ତୋଷ ବୃଦ୍ଧି ପାଇ ବୁଧବାର ରେଳ ସାଇଡିଂରେ ଧାରଣାରେ ବସିଛନ୍ତି। କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍ ବିଲେଇପଦା ସ୍ଥିତ ଟାଟାଷ୍ଟିଲ ସ୍ପଞ୍ଜ ଆଇରନ ଲିଃ ର ରେଲୱେ ସାଇଡିଂରେ ପୁଣି ଅଶାନ୍ତି ଦେଖାଦେଇଛି । ଗତ ୨୯ ତାରିଖରୁ ଲହଣ୍ଡା ଓ ଭାଗଲପୁର ଗ୍ରାମବାସୀ ୬ ଦଫା ଦାବି ନେଇ କମ୍ପାନୀର ରେଳସାଇଡ଼ିଂରେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେବାପରେ ମଙ୍ଗଳବାର ଏନେଇ ଠିକା ସଂସ୍ଥା, କମ୍ପାନୀ କର୍ତ୍ତୃପକ୍ଷ ଓ ପ୍ରଭାବିତ ଗ୍ରାମବାସୀଙ୍କ ମଧ୍ୟରେ ତ୍ରିପାକ୍ଷିକ ଆଲୋଚନା ମାଧ୍ୟମରେ ସମାଧାନ ହୋଇଥିଲା । ଗ୍ରାମବାସୀଙ୍କ ୬ଟି ଦାବି ମଧ୍ୟରୁ ଠିକା ସଂସ୍ଥା ପକ୍ଷରୁ ୪ଟି ଦାବି ପୂରଣର ପ୍ରତିଶ୍ରୁତି ଦେଇଥିଲେ । ତେବେ ଏହି ନିଷ୍ପତ୍ତି ବିରୁଦ୍ଧରେ ବୁଧବାର ପୁଣି ରେଲୱେ ସାଇଡିଂରେ ଅଶାନ୍ତି ଦେଖାଦେଇଛି । ଅନ୍ୟ ଏକ ପକ୍ଷ, ଯେଉଁମାନେ କି ଦୀର୍ଘ ବର୍ଷ ଧରି ରେଳ ସାଇଡିଂ କାମରେ ନିୟୋଜିତ ଥିଲେ ସେମାନେ ଠିକା ସଂସ୍ଥାର ଏଭଳି ନିଷ୍ପତ୍ତି ବିରୁଦ୍ଧରେ କାର୍ଯ୍ୟରୁ ବିରତ ରହି ଶାନ୍ତିପୂର୍ଣ୍ଣ ଭାବରେ ବସିରହିଛନ୍ତି । ଏମାନଙ୍କ ଅଭିଯୋଗ ଅନୁଯାୟୀ, ଏକତରଫା ଆଲୋଚନା କରି ଏହି ନିଷ୍ପତ୍ତି ନିଆଯାଇଛି । ଅନ୍ୟ ମାନଙ୍କୁ କାମ ଦେଇଦେଲେ । ୨୫୦ ରୁ ଉର୍ଦ୍ଧ ଜଣ ସ୍ଥାନୀୟ ଏଠିକାର କେହିଜଣେ ହେଲେ ବାହାର ଶ୍ରମିକ କାମ କରୁ ନାହାଁନ୍ତି |ଆମେ କ’ଣ କରିବୁ ? ଗ୍ରାମବାସୀ ଦୀର୍ଘ ବର୍ଷ ଧରି କାମକରୁଛନ୍ତି, ସେମାନେ କୁଆଡ଼େ ଯିବେ ? ସେମାନଙ୍କୁ କାହିଁକି ବାଦ୍ କରାଯାଉଛି ? ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଆମେ ଏହିପରି ବସିବୁ । କମ୍ପାନୀ ଆମକୁ ଅଣଦେଖା ନ କରି ଆମ ଦାବି ପୂରଣକରୁ ବୋଲି ଗ୍ରାମବାସୀ ମଙ୍ଗଲ କାରୂଆ ,ଦୀପକ ସିଂ ଖୁଣ୍ଟିଆ,ମହେଶ ମହାରଣା,ଚନ୍ଦ୍ରବତି ଗାଗରାଇ କହିବା ସହିତ ରେଳ ସାଇଡ଼ିଂ ରେ ଶାନ୍ତିପୂର୍ଣ୍ଣ ଧାରଣା ରେ ବସିଛନ୍ତି । ଏଭଳି ପରିସ୍ଥିତିରେ ମଙ୍ଗଳବାର ରାତି ଠାରୁ ପ୍ରାୟତଃ ସାଇଡିଂରେ କାମ ବନ୍ଦ ରହିଛି । ଏନେଇ ଟାଟା ଷ୍ଟିଲ ସ୍ପଞ୍ଜ ଆଇରନ ଲିଃ ର ଅଧିକାରୀ ରାଜ୍ କୁମାର୍ ଶ୍ରୀବାସ୍ତବ ପଲ୍ଲା କହିଛନ୍ତି ଯେ, ଏଥିରେ ଟାଟା ଷ୍ଟିଲର କିଛି ନାହିଁ, ଠିକା ସଂସ୍ଥା ଲଜିଷ୍ଟିକ୍ ସଲ୍ୟୁସନ୍ କୁ ଡକାଇ ଆଲୋଚନା କରାଯିବ । ତେଣେ ପ୍ରିନ୍ସିପାଲ ଏମ୍ପ୍ଲୟର ହୋଇ ଟାଟା ଷ୍ଟିଲ ସ୍ପଞ୍ଜ ଆଇରନ କାରଖାନା ଦୁଇ ଗୋଷ୍ଠୀ ର ବିଭାଜନ ର ଫାଇଦା ଉଠାଉଛି ବୋଲି ବିଲେଇ ପଦା ଠାରୁ ଯୋଡା ପର୍ଯ୍ୟନ୍ତ ଆଲୋଚନା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ