କାଲିଫର୍ଣ୍ଣିଆର ପ୍ରଶିକ୍ଷକଙ୍କ ଦ୍ୱାରା ରୋବୋର୍ଟ ପ୍ରଶିକ୍ଷଣ ଶିବିର
କୋଣାର୍କ (ଜୁଗାବ୍ଦ ନ୍ୟୁଜ୍): କୋଣାର୍କ ଭେଙ୍କଟେଶ୍ୱର ବିଦ୍ୟାଳୟ ପରିସରରେ ଏଫ୍ଆଇଡିଆର୍ ପକ୍ଷରୁ ଏକ ୫ ଦିନିଆ ରୋବୋର୍ଟ ପ୍ରଶିକ୍ଷଣ ଶିବିର ସୋମବାର ଉଦ୍ଘାଟିତ ହୋଇଯାଇଛି । ଏଫ୍ଡିଆର୍ କୋଣାର୍କ ସଂଯୋଜକ ରାମକୃଷ୍ଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସୁଦୂର କାଲିଫର୍ଣ୍ଣିଆର ଆସିଥିବା ପ୍ରଶିକ୍ଷକ ରିସଭ ସିଂ, ଅତ୍ୟତମ ଅତିଥି ଭାବରେ ରାଜ ସିଂ, ସରିତା ମହାପାତ୍ର, ପୁରୀ ନେହରୁ ଯୁବ କେନ୍ଦ୍ର ଯୁବ ସଂଯୋଜକ ଜୟଶଙ୍କର ଯୋଶି ଏବଂ ଏଫ୍ଆଇଡିଆରର ସଂପାଦକ ଦେବୀ ପ୍ରସନ୍ନ ପଟ୍ଟନାୟକ ପ୍ରମୁଖ ଉଦ୍ବୋଧନ ଦେଇ ଛାତ୍ରଛାତ୍ରୀ ରିସଭଙ୍କ ଆଦର୍ଶକୁ ଅନୁକରଣ କରିବା ପାଇଁ ଆହ୍ୱାନ ଦେଇଥିଲେ । ବିଶେଷକରି ସରିତା ମହାପାତ୍ର, ଚାରୁଦେଉ ପାଣିଗ୍ରାହୀଙ୍କ ଗଭୀର ଇଚ୍ଛାଶକ୍ତି ପାଇଁ ସୁଦୁର ୟୁଏସ୍ରୁ ଆସି ଛାତ୍ରଛାତ୍ରୀଙ୍କୁ ରୋବୋର୍ଟ ସଂପର୍କରେ ପ୍ରଶିକ୍ଷଣ ଦେବା ପାଇଁ ମନସ୍ଥ କରିଥିଲେ । କୋଣାର୍କ ଓ ଗୋପ ଅଞ୍ଚଳର ବଛା ବଛା ୨୫ ଛାତ୍ର ପ୍ରଶିକ୍ଷଣ ନେଉଛନ୍ତି । ଏହି ଶିବିର ୨୧ ତାରିଖରେ ଉଦ୍ଯାପିତ ହେବ । ଏ ସଂପର୍କରେ ଛାତ୍ର ଶଶିକାନ୍ତ ଜେନା କହିଛନ୍ତି ପ୍ରଥମ ଦିନରେ ପ୍ରଶିକ୍ଷଣ ମହୁତ ମନଛୁଆଁ ଥିଲା । ବିଶେଷ କରି ରିସଭ ଭାଇ ଆମ୍ଭମାନଙ୍କର ରୋଲ ମଡ଼େଲ ବୋଲି ଅଭିହିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ କାନନବାଳା ପଟ୍ଟନାୟକ, ରବିକୁମାର, ସୁନିଲ କୁମାର ନାୟକ, ଶୁଭ୍ରାଂଶୁ ସେଠୀ, ପ୍ରଦୀପ ପ୍ରଧାନ ପ୍ରମଖ ପରିଚାଳନା କରିଥିଲେ । ଶେଷରେ ରିସଭଙ୍କୁ କୋଣାର୍କ ଅଞ୍ଚଳ ପକ୍ଷରୁ ରବୀନ୍ଦ୍ରନାଥ ବାହିନୀପତି , ଶରତ ଚନ୍ଦ୍ର ପ୍ରଧାନ, ବିଜୟ ଭୂଷଣ ମହାନ୍ତି, ଗୁଣନିଧି ମୁଦୁଲି, ଦିଲ୍ଲିପ୍ କୁମାର ନାୟକ, ବିଚିତ୍ର କୁମାର ମହାପାତ୍ର ପ୍ରମୁଖ ଫୁଲତୋଡ଼ା, ଉପଢ଼ୌକନ ଦେଇ ସମ୍ବର୍ଦ୍ଧନା ଦେଇଥିଲେ ।


