ବାରମ୍ବାର ବିଜୁଳିକାଟ ଜନସାଧାରଣ ଅତିଷ୍ଠ

ଚାରିଛକ(ଜୁଗାବ୍ଦ ନ୍ୟୁଜ୍‍): ବାତ୍ୟା ଫାନି ଯିବାର ଦେଢମାସ ପରେ ବି ବିଜୁଳି ସେବା ସ୍ୱାଭାବିକ୍ ହୋଇପାରୁନାହିଁ । ମରାମତି ଆଳ ଦେଖାଇ ପ୍ରତିଦିନ ୮ରୁ ୧୦ଘଣ୍ଟା ଅଘୋଷିତ ବିଜୁଳି କାଟ୍ କରାଯାଉଛି, ଯାହାଦ୍ୱାରା ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡିଛି । ପ୍ରଚଣ୍ଡ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ ଗାଁ ଗଣ୍ଡାରେ କୁନିକୁନି ପିଲା, ବୃଦ୍ଧବୃଦ୍ଧା ଆଉଟପାଇଟ ହୋଇ ପଡୁଥିବା ଦେଖିବାକୁ ମିଳିଛି । ବିଜୁଳି କଟିବା ଫଳରେ ଗରମରୁ ଗାଁଗଣ୍ଡାରେ ଝାଡ଼ାବାନ୍ତି ବ୍ୟାପି ଚାଲିଛି । ଏଥିସହ ପିଲାଙ୍କ ପାଠପଢାରେ ଘୋର ଅସୁବିଧା ସୃଷ୍ଟି ହେଉଛି । ତୁରନ୍ତ ବିଜୁଳି ମରାମତି କାର୍ଯ୍ୟ ଶେଷ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ