କାଶୀନଗରରେ ଆଇନ୍ ସହାୟତା କେନ୍ଦ୍ର ଖୋଲିବା ନେଇ  ନିଷ୍ପତ୍ତି

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତ ଜିଲ୍ଲା କାଶୀନଗର ସହରରେ ବ୍ଲକ ସ୍ତରୀୟ ଆଇନ୍ ସହାୟତା କେନ୍ଦ୍ର ଖୋଲିବାପାଇଁ ପ୍ରଶାସନ ତରଫରୁ ନିଷ୍ପତ୍ତି ନିଆଯାଇଛି । ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, କାଶୀନଗର ତହସିଲଦାର ତଥା ବିଡିଓ ଶାନ୍ତି ସ୍ୱରୂପ ମିଶ୍ର, ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ପ୍ରମୁଖ ବନ୍ଦ ହୋଇଯାଇଥିବା ବ୍ଲକ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏକ କୋଠାରେ ଖୋଲାଯାଇ ପାରିବ କି ନାହିଁ ତାହାର ଅନୁଧ୍ୟାନ କରିଛନ୍ତି । ଯଦି ଏହି ସ୍ଥାନରେହିଁ କେନ୍ଦ୍ରଟି ଖୋଲାଯାଏ ତେବେ ଆଗାମୀ ଶୁକ୍ରବାର ଦିନ ଏହା ଉଦ୍‌ଘାଟିତ ହେବାର ସମ୍ଭାବନା ରହିଛି ବୋଲି ପ୍ରଶାସନ ସୂତ୍ରରୁ ପ୍ରକାଶ । ଉକ୍ତ କେନ୍ଦ୍ର ଖୋଲିଲେ ଦୁଇ ଜଣ ଓକିଲ ଉକ୍ତ କେନ୍ଦ୍ରରେ ଅବସ୍ଥାପିତ ହେବେ । ଲୋକଙ୍କ ଆଇନଗତ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବେ । ସେମାନେ ବି ଏଫ.ଆଇ.ଆର୍‌. ପ୍ରଭୃତି ଲେଖି ସାଧାରଣ ଲୋକଙ୍କୁ ସାହାଯ୍ୟ କରିବେ ବୋଲି ଜଣାପଡିଛି । ପ୍ରଶାସନର ଏପରି ପଦକ୍ଷେପକୁ କାଶୀନଗର ବ୍ଲକ ଓ ଏନ୍‌.ଏ.ସି. ବାସୀ ସ୍ୱାଗତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ