କାଶୀନଗରରେ ଗଣପର୍ବ ରଜ ଉତ୍ସବ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା କାଶୀନଗର ଠାରେ ଓଡିଶାର ମହାନ ଗଣପର୍ବ ରଜ ଉତ୍ସବ ବିଜୁ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା । ସମାଜ ସେବୀଉର୍ମିଳା ଗୌଡଙ୍କ ସ୍ମୃତିରେ ଅନୁଷ୍ଠିତ ଉତ୍ସବର ଅଧ୍ୟାପିକା ସୁସ୍ମିତା ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ତହସିଲଦାର ତଥା ସ୍ଥାନୀୟ ମାଜିଷ୍ଟ୍ରେଟ ଲରିମାନ ଖର୍ସେଲ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରିଣୀ ଅର୍ଚନା ମଙ୍ଗରାଜ, ଡାକତ୍ର ଲିପିଲେଖା ସ୍ୱାଇଁ, ଉତ୍କଳ ବିୟୁଟି ତଥା ଅଭିନେତ୍ରୀ ସୌମ୍ୟା ପ୍ରଧାନ ମୁଖ୍ୟ ଆକର୍ଷଣ ଥିଲେ। ରଜଗୀତ, ନୃତ୍ୟ, ପିଠାତିଆରି, ଝୋଟି ଆଦି ପ୍ରତଯୋଗିତା କୃତିତ୍ବଆହ୍ବାନ କରିଥିବା ମହିଳାମାନଙ୍କୁ ପୁରସ୍କୃତ କରାଯାଇଥିଲା । ଜିଲ୍ଲାର ଗୋସପଦର ସୁଫଳ ଚିକିତ୍ସା ନିମନ୍ତେ ରାଜଯସ୍ତରୀୟ ପୁରସ୍କୃତ ଡାକ୍ତର ଲିପିଲେଖା ସ୍ୱାଇଁ ଓ ଯୋଗାଣ ଖାଦଯ ପ୍ରସ୍ତୁତିରେନିଖୁଣନିମନ୍ତେ ବନିତା ସାହୁଙ୍କୁ ସମ୍ମାନିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବହୁ ଭଦ୍ର ମହିଳା, ସମାଜସେବିକା, ଶିଶୁକୋଷ ଯୋଜନା କାର୍ଯ୍ୟକର୍ତ୍ତମାନେ ଭାଗ ନେଇଥିଲେ ।