କାଶୀନଗର ଏନ ଏ ସି ରେ ଶ୍ରଦ୍ଧାଞ୍ଜଳି ସଭା

କାଶୀନଗର, (ରାଜେଶ କୁମାର ପଟ୍ଟନାୟକ):ସ୍ବର୍ଗତ ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡି ର ବିଧାୟକ ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଙ୍କ ଅକାଳ ବିୟୋଗ ହେତୁ କାଶୀନଗର ରେ ଆଜି ତାଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି |ଆଜି କାରିମି ଆପ୍ପାରାଓ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭା ରେ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗାଵରା ତିରୁପତି ରାଓ ଓ ଏନ ଏ ସି ଉପାଧ୍ୟକ୍ଷ୍ୟ ଶ୍ରୀ ରଘୁରାମ ସାହୁ କାଶୀନଗର ବ୍ଲକର ପୂର୍ବତନ ଅଧ୍ୟକ୍ଷ ଓ ବିଧାୟକ ଶ୍ରୀ କେ ନାରାୟଣ ରାଓ ସ୍ଥାନୀୟ ଲୋକ ମାନେ ଶ୍ରୀ ସୂର୍ଯ୍ୟ ପାତ୍ର ଙ୍କ ବଳିଷ୍ଠ ନେତୃତ୍ୱ ଓ ତାଙ୍କ ରାଜନୈତିକ ଜୀବନୀ ଉପରେ ବହୁ ବକ୍ତା ଆଲୋଚନା କାରୀ ଅଶ୍ରୁଳ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ | ଏହି ବୈଠକ ସ୍ଥାନୀୟ ବସ ଷ୍ଟାଣ୍ଡ ଠାରେ ଅନୁଷ୍ଠିତ ହୋଇଥିବା ଜଣା ପଡିଛି |ବିଭିନ୍ନ ଦଳ ର ନେତା ଏଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ