କାଶୀନଗର ବ୍ଲକ୍ ରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ
କାଶୀନଗର, (ରାଜେଶ କୁମାର ପଟନାୟକ):ଜାତୀୟ ସ୍ବଚ୍ଛତା ଦିବସ ଅବସରରେ କାଶୀନଗର ବ୍ଲକ୍ କାର୍ଯ୍ୟାଳୟ ପରିସରରେ ବ୍ଲକ୍ ଅଧ୍ୟକ୍ଷା ବାଲା ସାୟାମ୍ମା ଙ୍କ ଆବାହାନରେ ବିଡ଼ିଓ କପିଳେଶ୍ୱର ତାଣ୍ଡି ଙ୍କ ନେତୃତ୍ୱରେ ସ୍ବଚ୍ଛତା କାର୍ଯ୍ୟକ୍ରମ ବ୍ଲକ୍ ପରିସର ଠାରୁ ମେଡ଼ିକାଲ ପର୍ଯ୍ୟନ୍ତ ସଫେଇ କରିଥିଲେ।ପ୍ରଥମେ ସ୍ବଚ୍ଛତା ହିଁ ସେବାର ଶପଥ ପାଠ କରାଯାଇଥିଲା।ସହକାରୀ ଯନ୍ତ୍ରୀ ନାରାୟଣ ପାଢ଼ୀ,ଜୁନିୟର ଯନ୍ତ୍ରୀ ପ୍ରଦ୍ୟୁମ୍ନ ନାୟକ,ବ୍ଲକ୍ ହେଡ କ୍ଲାର୍କ ମଙ୍ଗଳା ଶବର,ଜେଇ ତ୍ରିପତି ସାହୁ,ରବୀନ୍ଦ୍ର ଗୌଡ ଓ ବ୍ଲକର ସମସ୍ତ କର୍ମୀଚାରି ,ସ୍ବେଛାସେବୀ ମାନେ ମହତ କାର୍ଯ୍ୟରେ ଯୋଗ ଦେଇ ସଫେଇ କାମରେ ଭାଗ ନେଇଥିଲେ।