କିଚେନ ଗ୍ୟାରେଜ ରେଷ୍ଟୁରାଣ୍ଟ ଉଦ୍‌ଘାଟିତ

ଭୁବନେଶ୍ୱର,(ଓ୍ବାଇଏନ୍ଏସ୍): ଗତ ୪ ତାରିଖ ଦିନ ପ୍ଲଟ ନଂ-୮୪ କିଟ୍ ସ୍କୋୟର, ପଟିଆଠାରେ ରେଷ୍ଟୁରାଣ୍ଟ କିଚେନ ଗ୍ୟାରେଜ ଉଦ୍‌ଘାଟିତ ହୋଇଯାଇଛି । ଆମିଷ ଓ ନିରାମିଷରେ ପ୍ରସ୍ତୁତ ସୁସ୍ୱାଦୁ ଇଣ୍ଡିଆନ ଓ ଚାଇନ୍‌ଜ ଖାଦ୍ୟକୁ ନେଇ ଏହି ରେଷ୍ଟୁରାଣ୍ଟର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ଶିବିର କୁମାର ପରିଡ଼ା ଏବଂ ସମ୍ମାନିତ ଅତିଥି ଭାବେ ଅଭିନେତା ରାକେଶ ଏବଂ ସମାଜସେବୀ ବିବେକାନନ୍ଦ ବାରିକ ଏବଂ ଚଳଚ୍ଚିତ୍ର ନିର୍ଦ୍ଦେଶକ ଦେବଜ୍ୟୋତି ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଉତ୍ସବକୁ ରେଷ୍ଟୁରାଣ୍ଟର ମୁଖ୍ୟ ରାଜେଶ କୁମାର ବଳ, ବିଶ୍ୱରଞ୍ଜନ ନାୟକ ଏବଂ ତାପସ କୁମାର ବଳ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ରେଷ୍ଟୁରାଷ୍ଟର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ