ସମାଜସେବୀ ପ୍ରଭାସ ଦାସଙ୍କ ପ୍ରଚେଷ୍ଟାରେ ୮୦ବର୍ଷୀୟ ଦମ୍ପତିଙ୍କୁ ମିଳିଲା ମଧୁସୂଦନ ଭତ୍ତା
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ପ୍ରାକ୍ ସ୍ୱାଧୀନତା ପୂର୍ବରୁ ଜନ୍ମ ହୋଇଥିବା ନିରିହ ଗରିବ ଆଦିବାସୀଙ୍କୁ ମଧୁବାବୁ ପେନସନ ଯୋଜନାରୁ ବଂଚିତ ହୋଇଥିବା ଏକ ନଗ୍ନ ଚିତ୍ର ମୟୂରଭଂଜ ଜିଲ୍ଲାର ବହଳଦା ବ୍ଲକର ଶଶପଞ୍ଚାୟତର ପଡାଗ୍ରାମ ଖିଜିରିତାଣ୍ଡିରେ ଦେଖିବାକୁ ମିଳିଛି । ଜନ ପ୍ରତିନିଧି ମାନେ ଦଳ ତରଫରୁ ଆସିଥିବା ମାସ୍କ, ସାନିଟାଇଜେସନ ବଣ୍ଟନରେ ବ୍ୟସ୍ତ ହୋଇ ନିଜର ଫଟୋକୁ ଫେସବୁକରେ ଛାଡ଼ିବାରେ ବ୍ୟସ୍ତ ଥିବାବେଳେ ନିରିହ ଗରିବ ଲୋକଙ୍କର ସମସ୍ୟା ତଥା ନବିନ ସରକାରଙ୍କ ଜନ କଲ୍ୟାଣ ଯୋଜନାକୁ ଅସହାୟଙ୍କ ପାଖରେ ପହଞ୍ଚାଇବାକୁ ଅଣଦେଖା କରୁଛନ୍ତି । ଅସହାୟ ଗରିବ ଗୁରୁବାର ଲୋକଙ୍କ ସମସ୍ୟାକୁ ଆଖି ବୁଜି ଦେଇଛନ୍ତି । ଅସାଧୁ ଦୁର୍ନୀତି ଗ୍ରସ୍ତ ତଳ ସ୍ତରର କର୍ମଚାରୀମାନେ ଗରିବ ଗୁରୁବାରଙ୍କ କାମରେ ଲାଗୁ ନାହାନ୍ତି ।ନବିନ ସରକାରଙ୍କ ଜନ କଲ୍ୟାଣ କାର୍ଯ୍ୟକ୍ରମକୁ ଚଳୁ କରି ଦେଉଛନ୍ତି।ବହଳଦା ବ୍ଳକର ଅନତି ଦୂରରେ ଶଶ ପଞ୍ଚାୟତ । ଏହି ଶଶପଞ୍ଚାୟତର ଖିଜିରିତାଣ୍ଡି ଗ୍ରାମର ଟେମ୍ପୋ ମାଝୀ (୭୯),ଆଧାର କାର୍ଡ ନମ୍ବର ୨୫୧୬୧୯୬୯୯୭୧ ଏବଂ ତାଙ୍କ ସ୍ତ୍ରୀ ରାନୀ ମାଝୀ (୭୧) ଆଧାର କାର୍ଡ ନମ୍ବର ୮୩୦୩୨୯୬୮୩୬୭୩ ଅତ୍ୟନ୍ତ ଗରିବ ପରିବାର । ବୟସର ସାୟହ୍ନ ।ଶ୍ମଶାନ ଡାକିଲାଣି । ବାଡି ଧରି ଦଳି ଥରି ଚାଲୁଛନ୍ତି ।ଅଣ୍ଟା ବାଙ୍କି ଗଲାଣି ।ପେଟ ପିଠି ଲାଗି ଗଲାଣି । ଭତ୍ତା ପାଇଁ ବହୁବାର ପଞ୍ଚାୟତ ଅଫିସ୍,ବ୍ଳକ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ହେଲେ କିଛି ଫଳ ମିଳିଲାନି । ଜନ ପ୍ରତିନିଧିମାନଙ୍କୁ କେତେ କାକୁତି ମିନତି ହେଲେ ମଧ୍ୟ ସମସ୍ତେ ଅଣଦେଖା କଲେ । ଆବେଦନ କଲେ ମଧ୍ୟ ନିର୍ମାଣ ଜନପ୍ରତିନିଧି ଏବଂ ଦୁର୍ନିତି ଗ୍ରସ୍ତ ଅସାଧୁ କର୍ମଚାରୀ ସେମାନଙ୍କର ଭତ୍ତା ପାଇବା ହକ୍ ପ୍ରତି ଆଖି ବୁଜି ଦେଇଥିଲେ । ବାମନଘାଟିର ବିଶିଷ୍ଟ ସମାଜସେବୀ ଓ ବରିଷ୍ଠ ସାମ୍ବାଦିକ ପ୍ରଭାସ ଦାସ କୌଣସି ସୂତ୍ରରୁ ଖବର ପାଇ ବୃଦ୍ଧ ଦମ୍ପତିଙ୍କ ପାଖରେ ପହଞ୍ଚି ସଜମାନଙ୍କର ସମସ୍ୟା ପ୍ରତି ଅବଗତ ହୋଇ ଖବର କାଗଜରେ ମଣ୍ଡନ କରିବା ସହ ପଞ୍ଚାୟତ କାର୍ଯ୍ୟାଳୟ,ବ୍ଲକ କାର୍ଯ୍ୟାଳୟ ଏବଂ ଉପଖଣ୍ଡ ପ୍ରଶାସନକୁ ଏଭଳି ସ୍ପର୍ଶକାତର ସମସ୍ୟା ଉପରେ ବାରମ୍ବାର ଅବଗତ କରାଇଥିଲେ । ଶେଷରେ ବାମନଘାଟି ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା ଘଟଣାଟିକୁ ବିଚାରକୁ ନେଇ ଗୁରୁବାର ଦିନ ଏହି ଅସହାୟ ଟେମ୍ପୋ ଏବଂ ରାନିକୁ ତୁରନ୍ତ ମଧୁବାବୁ ପେନସନ ଦେବାପାଇଁ ବିଭାଗୀୟ କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରାଙ୍କ ତ୍ରରିତ କାର୍ଯ୍ୟାନୁଷ୍ଠାନ ଏବଂ ସମାଜସେବୀ ପ୍ରଭାସ ଦାସଙ୍କ ପ୍ରଶାସନ ଓ ସରକାରଙ୍କ ପାଖରେ ଅବଗତ କରାଇବା ନିଷ୍ଠାପର ସାଧୁ ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଇଛି ।


