କିନ୍ନରମାନଙ୍କ ନୂତନ ମୋଟର ଯାନ ଆଇନ୍କୁ ନେଇ ଟ୍ରାଫିକ୍ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ୍) : କେନ୍ଦ୍ର ସରକାର କରିଥିବା ନୂତନ ମୋଟର ଯାନ ଆଇନ୍-୨୦୧୯କୁ ନେଇ ଗାଡ଼ି•ଳକମାନଙ୍କୁ ସଚେତନ କରିବାକୁ ଯାଇ ଆଜି ଟିଜି ସୁରକ୍ଷା ଟ୍ରଷ୍ଟ ଓ ନିଖିଳ ଓଡ଼ିଶା କିନ୍ନର ଓ ତୃତୀୟ ଲିଙ୍ଗୀ ମହାସଂଘ ତରଫରୁ ଭୁବନେଶ୍ୱର ଏ.ଜି. ଛକଠାରେ ୧୦୦ରୁ ଅଧିକ କିନ୍ନରମାନେ ଏକାଠି ହୋଇ ଦିବା ୧୧ ଘଟିକା ସମୟରେ ଏ.ଜି.ଛକରୁ ରାଜମହଲ, କ୍ୟାପିଟାଲ ହସ୍ପିଟାଲ ରାସ୍ତା, ଗଭର୍ଣ୍ଣର ହାଉସ ରାସ୍ତା ଓ ସଚ୍ଚିବାଳୟ ମାର୍ଗ ଦେଇ ଯାଉଥିବା ପଥ•ରୀମାନଙ୍କୁ ଗାଡ଼ି ଚଳାଇବା ସମୟରେ ହେଲ୍ମେଟ ବ୍ୟବହାର କରିବା, ମଦ୍ୟପାନ କରି ଗାଡ଼ି ନଚଳାଇବା, ଗାଡ଼ି ଚଳାଇବା ସମୟରେ ଅନ୍ୟମନସ୍କ ନହେବା, ମୋବାଇଲ୍ରେ ନ ଗପିବା, ସିଟ୍ ବେଲ୍ଟ ବାନ୍ଧିବା, ଗାଡ଼ି କାଗଜପତ୍ର ଡ୍ରାଇଭିଙ୍ଗ ଲାଇସେନ୍ସ ନିଜ ପାଖରେ ରଖିବା, ଦୁଇରୁ ଅଧିକ ବ୍ୟକ୍ତି ଦୁଇଚକିଆ ଯାନରେ ନଯିବା ଭଳି ବିଭିନ୍ନ ଆଇନ୍ ବିଷୟରେ ସଚେତନତାର ବାର୍ତ୍ତା ବାଣ୍ଟିଥିଲେ । ଏଥି ସହିତ ଛୋଟ ଛୋଟ ପିଲାମାନଙ୍କୁ ଚକୋଲେଟ ଦେଇ ମଧ୍ୟ ସଚେତନ କରାଉଥିବା ସମୟରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସଚିବାଳୟରେ କାମ ସାରି ଏ.ଜି. ଛକ ଦେଇ ଫେରିବା ସମୟରେ କିନ୍ନରମାନଙ୍କ ଏହି ଟ୍ରାଫିକ୍ ସଚେତନତା କାର୍ଯ୍ୟକ୍ରମକୁ ଦେଖି ଗାଡ଼ି ଧୀରେ ଧୀରେ ଚଳାଇ ଏହାକୁ ଉପଭୋଗ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ବିଶିଷ୍ଟ କିନ୍ନର ସମାଜସେବୀ ମେନକା କିନ୍ନର ପରି•ଳନା କରିଥିବା ବେଳେ ମହାସଂଘର ପ୍ରତିଷ୍ଠାତା ସଭପତି ତଥା ସମ।।ଜସେବୀ ପ୍ରତାପ କୁମାର ସାହୁ, ସୁଇଟି ସାହୁ କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ । ଏଥିରେ ଏ.ସି.ପି. ଜୋନ୍-୧ର ବିଷ୍ଣୁ ମୋହନ ପାତ୍ର ଓ ଟ୍ରାଫିକ୍ ଏ.ସି.ପି. କେ.କେ. ପାଣିଗ୍ରାହୀ ଯୋଗ ଦେଇ କିନ୍ନରମାନଙ୍କ ନୂତନ ମୋଟର ଯାନ ଆଇନ୍ ସଚେତନତା କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିବା ସହିତ ଆଗକୁ ଆହୁରି ଜୋରଦାର ଟ୍ରାଫିକ୍ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବବି କିନ୍ନର, ଖୁସି କିନ୍ନର, ସୋନାଲି କିନ୍ନର, ମମତା, ରିୟା, ସାଗରିକା, ସୋନମଙ୍କ ସମେତ ବହୁ ଟ୍ରାଫିକ୍ କନେଷ୍ଟବଳ, ସମାଜସେବୀ, ବୁଦ୍ଧିିଜୀବୀମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ