କିନ୍ନରମାନଙ୍କ ମୌଳିକ ଓ ଟ୍ରେନ୍ ସମସ୍ୟା ନେଇ ରାଜ୍ୟ ଭିନ୍ନକ୍ଷମ ଓ ସଶକ୍ତିକରଣ ସଚିବଙ୍କୁ ଦାବିପତ୍ର ପ୍ରଦାନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଶୁକ୍ରବାର ଟିଜି ସୁରକ୍ଷା ଟ୍ରଷ୍ଟ ଓ ତୃତୀୟଲିଙ୍ଗୀ ତରଫରୁ କିନ୍ନରମାନଙ୍କ ବିଭିନ୍ନ ମୌଳିକ ସମସ୍ୟାକୁ ନେଇ ରାଜ୍ୟ ଭିନ୍ନକ୍ଷମ ଓ ସଶକ୍ତିକରଣ ସଚିବଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ । ଏଠାରେ ସୂଚନା ଥାଉକି ସାରା ଦେଶରେ କିନ୍ନରମାନେ ଅବହେଳିତ, ନିର୍ଯ୍ୟାତିତ ଜୀବନ ଯାପନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ମାନ୍ୟବର ସୁପ୍ରିମକୋର୍ଟ କିନ୍ନରମାନଙ୍କୁ ତୃତୀୟଲିଙ୍ଗୀର ମାନ୍ୟତା ଦେବା, ସେମାନଙ୍କୁ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଦେବା ପାଇଁ ପ୍ରତ୍ୟେକ ରାଜ୍ୟକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । କିନ୍ତୁ ବଡ଼ ଦୁଃଖର କଥା, ଓଡ଼ିଶାରେ ଥିବା ପାଖାପାଖି ୨୦ ହଜାରରୁ ଉଦ୍ଧ୍ୱର୍ କିନ୍ନର ଏବେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ସମାଜରୁ ବାହାରି ଆସି ରେଲ୍ୱେ ଷ୍ଟେସନ, ଫୁଟ୍ପାଥରେ ସେମାନେ ସେମାନଙ୍କରର ଜୀବନ ଜୀବିକା ଅତିବାହିତ କରୁଛନ୍ତି ଏବଂ ଷ୍ଟେସନରେ ଶୋଉଥିବା ସମୟରେ ସେମାନେ ଉପାର୍ଜନ କରୁଥିବା ଅର୍ଥ ଚୋରୀ ହେଉଥିବା ଅନେକ ସମୟରେ ସେମାନେ ଅସାମାଜିକ ଲୋକମାନଙ୍କର ମଧ୍ୟ ଶିକାର ହେଉଛନ୍ତି । ସେମାନଙ୍କ ପାଇଁ ସୁବିଧା ସୁଯୋଗ ନଥିବାରୁ ମୁଖ୍ୟସ୍ରୋତରେ ସାମିଲ୍ ହୋଇପାରୁ ନାହାଁନ୍ତି । ଏଣୁ ଏହି ଦାବି ଯଥା : ସରକାରୀ ଚାକିରି, ସାମାଜିକ ସୁରକ୍ଷା, ପୋଲିସ୍ର ନିର୍ଯ୍ୟାତନା ବନ୍ଦ କରିବା, ବିନା ସୁଧରେ ବ୍ୟାଙ୍କ ଋଣ, ବସ୍ ଓ ଟ୍ରେନ୍ରେେ ପାସ୍ ବ୍ୟବସ୍ଥା, କିନ୍ନରମାନଙ୍କ ପାଇଁ କୌଣସି ସୁବିଧା ନ ଯୋଗାଇ ଟ୍ରେନ୍ ଯାତ୍ରାରୁ ବଞ୍ôଚତ ନ କରିବା, କିନ୍ନରମାନଙ୍କୁ ଭତ୍ତା ପ୍ରଦାନ, କିନ୍ନର ୱେଲ୍ଫେୟାର ବୋର୍ଡ଼ ଗଠନ କରିବା, ପ୍ରତ୍ୟେକ ରାଜନୀତି କ୍ଷେତ୍ରରେ ରାଜ୍ୟସଭା, ଲୋକସଭା ଓ ବିଧାନସଭାରେ କିନ୍ନରମାନଙ୍କ ପାଇଁ ୫% ସ୍ଥାନ ରଖାଯାଉ, ମ୍ୟୁନିସିପାଲିଟ୍, ଏନ୍.ଏ.ସି. ଓ କର୍ପୋରେସନଗୁଡ଼ିକରେ କିନ୍ନରମାନଙ୍କ ପାଇଁ ୫% ସ୍ଥାନ ରଖାଯାଉ, ପଞ୍ଚାୟତ ନିର୍ବାଚନରେ ୱାର୍ଡ଼ମେମ୍ବର, ସରପଞ୍ଚ, ସମିତିସଭ୍ୟ ଓ ଜିଲ୍ଲା ପରିଷଦଗୁଡ଼ିକରେ କିନ୍ନରମାନଙ୍କ ପାଇଁ ୫% ସ୍ଥାନ ରଖାଯାଉ, କିନ୍ନରମାନେ ଭୁମିହୀନ ହୋଇଥିବାରୁ ସେମାନଙ୍କୁ ମାଗଣାରେ ଜମି ଯୋଗାଇ ଦେବା, କିନ୍ନରମାନଙ୍କୁ ପରିଚୟ ପତ୍ର ଯୋଗାଇ ଦେବା, କିନ୍ନରମାନଙ୍କୁ ବିପିଏଲ୍ କାର୍ଡ଼ ଓ ରେସନ କାର୍ଡ଼ରେ ଅନ୍ତର୍ଭୁକ୍ତ କରିବା, କିନ୍ନରମାନଙ୍କୁ ହସ୍ପିଟାଲରେ ମାଗଣାରେ ଚିକିତ୍ସା ଯୋଗାଇ ଦେବା, ସେମାନଙ୍କ ପଢିବା ପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା, ସେମାନଙ୍କୁ ଆଧାର କାର୍ଡ଼ ଓ ଭୋଟର ପରିଚୟପତ୍ରରେ ସାମିଲ୍ କରିବା, ନାଲ୍ସା ଜଜମେଣ୍ଟ ତୁରନ୍ତ କାର୍ଯ୍ୟକାରୀ କରିବା, ସମସ୍ତ ସରକାରୀ, ବେସରକାରୀ ବସ୍ ଗୁଡ଼ିକରେ ସିଟ୍ ରିଜର୍ଭ କରିବା, କିନ୍ନରମାନଙ୍କ ପାଇଁ ସ୍ୱତନ୍ତ୍ର ଟଏଲେଟ୍ ନିର୍ମାଣ କରିବା, ଓଡ଼ିଶାରେ ଥିବା ସମସ୍ତ କିନ୍ନରମାନଙ୍କୁ ସରକାରୀ •କିରୀରେ ୫% ସ୍ଥାନ ସଂରକ୍ଷଣ କରିବା, କିନ୍ନରମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା, କିନ୍ନର ପେନ୍ସନ ଯୋଜନା ଲାଗୁ କରିବା ପ୍ରମୁଖ ପୂରଣ କରାଗଲା ସମାଜରୁ କିନ୍ନରମାନଙ୍କ ସସସ୍ୟା ଦୂର ହୋଇପାରିବ ବୋଲି ଟ୍ରଷ୍ଟର ସଭାପତି ମେନକା କିନ୍ନର, ବବି କିନ୍ନର, ରୀନା କିନ୍ନର, ପ୍ରିୟା କିନ୍ନର, ଶ୍ରୀୟା କିନ୍ନର, ରାଧା କିନ୍ନର, ପଦ୍ମିନୀ କିନ୍ନର, ରାଧା କିନ୍ନର ପ୍ରମୁଖ ଏକ ପ୍ରେସ୍ ବିିବୃତ୍ତି ମାଧ୍ୟମରେ ଜଣାଇଛନ୍ତି ।