କିନ୍ନର ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ପାଇଁ ପୁଣି ସହାୟତାର ହାତ ବଢାଇଲେ ଜିଲ୍ଲାପାଳ,ଏସପି
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) -କିନ୍ନର ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ସହ ସ୍ୱ/ରୋଜଗାରକ୍ଷମ ପାଇଁ ଗଜପତି ଜିଲ୍ଲାପାଳ ଅନୁପମ ସାହା,ଜିଲ୍ଲା ଏସପି ସାରା ଶର୍ମା ପୁଣି ସାହାଯ୍ୟର ହାତ ବଢାଇଛନ୍ତି । ଗତ ଡିସେମ୍ବର ମାସରେ ପାରଳାଖେମୁଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ସୂରଭୀ ନାମକ ଓମ୍ଫେଡ୍ କାଉଣ୍ଟର ଗଜପତି ଏସପି ସାରା ଶର୍ମାଙ୍କ ପ୍ରୟାସରେ ଉଦ୍ଘାଟିତ ହୋଇଥିଲା । ଯାହାକି କିନ୍ନର ମାନଙ୍କ ଦ୍ୱାରା ପରିଚାଳିତ ହୋଇ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ସହ ସ୍ୱ/ରୋଜଗାରକ୍ଷମ କରିବା ମୁଖ୍ୟ ଉଦ୍ଦେଶ୍ୟ ନେଇ କାଉଣ୍ଟରଟିକୁ ସ୍ଥାପନ କରାଯାଇଥିଲା । ବର୍ତ୍ତମାନ ଏହାର ଆହୁରି ଉନ୍ନତି କରିବା ସହ କିନ୍ନର ମାନଙ୍କୁ ଅଧିକା ରୋଜଗାରକ୍ଷମ କରିବା ପାଇଁ ସେଠାରେ ଜଳଖିଆ ହୋଟେଲ ସହ ବିଭିନ୍ନ ଫଳରସ ବିକ୍ରୀ କାଉଣ୍ଟରକୁ ଆଜି ଗଜପତି ଜିଲ୍ଲାପାଳ ଅନୁପମ ସାହା,ଜିଲ୍ଲା ଏସପି ସାରା ଶର୍ମା ଶୁଭାରମ୍ଭ କରି ପୁଣି ସାହାଯ୍ୟର ହାତ ବଢାଇଛନ୍ତି । ଏଠାରେ ୮ଜଣ କିନ୍ନର ପରିଚାଳନା ପାଇଁ ନିୟୋଜିତ ହୋଇଛନ୍ତି । ଯାହାଦ୍ୱାରା ସେମାନେ ଆର୍ଥିକଭାବେ ଭାବେ ସ୍ୱଚ୍ଛଳ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ବୋଲି ଜିଲ୍ଲାପାଳ ଓ ଏସପି ସୁଚନା ଦେଇଛନ୍ତି ।ଏମାନଙ୍କୁ ପାରଳାଖେମୁଣ୍ଡିର ଯୁବ ସାମ୍ବାଦିକ ରମେଶ ପାତ୍ରଙ୍କ ସହ କିଛି ବଦାନ୍ୟ ବ୍ୟକ୍ତି ଏବଂ ଗଜପତି ଏସପି ସହାୟତା ରାଶୀ ଦେଇଥିବା ବେଳେ କିଛି ଉପକରଣ ମଧ୍ୟ ଏହି କେନ୍ଦ୍ର ପାଇଁ ଦେଇ ସହାୟତା କରିଛନ୍ତି । ଆଜିର ଏହି କେନ୍ଦ୍ର ଉଦ୍ଘାଟନ ବେଳେ ଅନ୍ୟମାନଙ୍କ ମଧ୍ୟରେ ପୋଲିସ ଏଏସପି ସୀତାରାମ ଶତପଥୀ, ଏସ୍.ଡି.ପି.ଓ ପ୍ରକାଶ ଚନ୍ଦ୍ର ଜେନା, ପାରଳାଖେମୁଣ୍ଡି ଥାନା ଆଧିକାରୀ ବିବେକାନନ୍ଦ ସ୍ୱାଇଁ ପ୍ରମୁଖଙ୍କ ସହ ବହୁ ପଦାଧିକାରୀ ଉପସ୍ଥିତ ଥିଲେ ।