କିନ୍ନର ମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଜିଲ୍ଲା ପ୍ରଶାସନ ର ପ୍ରୟାସ ଜାରି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ବସବାସ କରୁଥିବା କିନ୍ନର ମାନେ ସ୍ବାମ୍ବଲମ୍ବୀ ହେବେ ଏନେଇ ପ୍ରୟାସ ଜାରି ରଖିଛି ଗଜପତି ଜିଲ୍ଲା ପ୍ରଶାସନ । ସାଧାରଣତଃ କିନ୍ନରମାନଙ୍କୁ ସମାଜ ଭିନ୍ନ ଦୃଷ୍ଟିରେ ଦେଖିଥାଏ । ଆଜି ବି ସେମାନଙ୍କୁ ନେଇ ଲୋକଙ୍କ ମଧ୍ୟରେ ଭିନ୍ନ ଭାବନା ରହିଛି । ତେଣୁ ଲୋକେ ସେମାନଙ୍କୁ ଗ୍ରହଣ କରୁନାହାନ୍ତି । କିନ୍ନରମାନଙ୍କ ନିକଟରେ ଅନେକ ପ୍ରତିଭା ରହିଥାଏ । ହେଲେ ସମାଜରେ ସେମାନଙ୍କୁ ଅଛୁଆଁ କରିଦିଆଯାଉ ଥିବାରୁ ସେମାନଙ୍କ ପାଇଁ ଜୀବନ ଜୀବିକା କାଠିକର ହୋଇ ଯାଇଥାଏ । ତେଣୁ ସେମାନେ ବାହାରେ ରହିବା ସହ ବିଭିନ୍ନ ସ୍ଥାନରେ ଭିକ୍ଷାବୃତ୍ତି କରି ନିଜର ଭରଣପୋଷଣ କରୁଥିବା ଦେଖିବାକୁ ମିଳୁଛି । ହେଲେ ସେମାନଙ୍କୁ ସମାଜରେ ସମ୍ମାନର ସହ ବଞ୍ଚିବା ପାଇଁ ପ୍ରଶାସନ ପକ୍ଷରୁ ଗତ କିଛି ଦିନ ହେଲା ପ୍ରୟାସ ଜାରି ରହିଛି ।ଜାରିତେବେ ଜିଲ୍ଲାରେ ଏନେଇ ପ୍ରଥମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରରେ ଏକ ଦୋକାନଗୃହ ଯୋଗାଇଦିଆଯାଇଥିବା ବେଳେ, ସେମାନେ ସେଠାରେ ଚାହା ଦୋକାନ କରି କିଛି ଟଙ୍କା ଆୟ କରୁଛନ୍ତି । ଆଉ ଏକ ପାଦ ଆଗକୁ ଯାଇ କିନ୍ନରମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ପ୍ରଶାସନ ପଦକ୍ଷେପ ଗ୍ରହଣ କରିଛି । ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ପରିସରରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରକୁ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ଆସନ୍ତା ୬ ମାସ ପର୍ଯ୍ୟନ୍ତ ଚାଲିବ ।ଏଥିସହ ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗ ଏବଂ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ଓଡିଶା ସରକାରଙ୍କ ମିଳିତ ଆନୁକୁଲ୍ୟରେ ଆରମ୍ଭ ହୋଇଛି ଏହି କାର୍ଯ୍ୟକ୍ରମ । ହସ୍ତଶିଳ୍ପ ମଧ୍ୟରୁ ଟେରାକୋଟା, ଚାନ୍ଦୁଆ, ପଟଚିତ୍ର ଏବଂ କତା କାମ ଉପରେ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା କରାଯାଇଛି। ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା କହିଛନ୍ତି, “ପ୍ରଥମ ପର୍ଯ୍ୟାୟରେ ୧୦ ଜଣ କିନ୍ନରଙ୍କୁ ଟେରାକୋଟା ଉପରେ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା ଥିଲାବେଳେ ପରବର୍ତ୍ତି ସମୟରେ ଅନ୍ୟ ୩୦ଜଣଙ୍କୁ ଚାନ୍ଦୁଆ, ପଟ ଚିତ୍ର ଏବଂ କତା କାମ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯିବ ।


