କିନ୍ନର ସହିତ ୪ମଦ ବେପାରୀ ଗିରଫ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା);ଧାମନଗର ଅବକାରୀ ଥାନା ପକ୍ଷରୁ ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବ୍ୟାପକ ପରିମାଣରେ ମଦ ଜବତ ସହ ଚାରିଜଣ ବେପାରିଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି । ସୂଚନା ଅନୁସାରେ ସାରୋ ଗ୍ରାମର ନୃସିହ ଚରଣ ଜେନାଙ୍କୁ ଗିରଫ କରାଯାଇଥିବାବେଳେ ତାହା ନିକଟରୁ ୫୦ଲିଟର ମଦ ଜବତ କରାଯାଇଥିଲା । ସେହିଭଳି ରଣଜିତ ଗ୍ରାମର ତପନ ମଲ୍ଲିକ ଠାରୁ ୧୦ଲିଟର ଓ ବାଙ୍କମୁହାଁ ଗ୍ରାମ କବିତା ଜେନା ଠାରୁ ୩୦ଲିଟର ରନ୍ଧା ମଦ ଜବତ କରାଯାଇଛି । ଅନୁରୂପ ଭାବେ ମାଳଦା ବଜାର ନିକଟ ଜନୈକ କିନ୍ନର ଲୋଟଣୀ ସେଠୀଙ୍କ ଘରୁ ମଧ୍ୟ ବିଦେଶୀ ମଦ ଜବତ ହୋଇଥିବାବେଳେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଏନେଇ ଓଡିଶା ଅବକାରୀ ଆଇନ ଅନୁଯାୟୀ ଚାରିଗୋଟି ମାମଲା ରୁଜ୍ଜୁ ହୋଇଥିବାବେଳେ କିନ୍ନର ଅଭିଯୁକ୍ତ ଲୋଟଣୀ ସହ ଅନ୍ୟ ତିନି ଅଭିଯୁକ୍ତକୁ ଆଜି କୋର୍ଟଚାଲାଣ କରାଯାଇଛି । ଧାମନଗର ଅବକାରୀ ଥାନାଅଧିକାରୀ ଜଗନ୍ନାଥ ମିଶ୍ରଙ୍କ ତତ୍ୱାବଧାନରେ ଏଏସଆଇ ପୁରୁଷୋତ୍ତମ ମଲ୍ଲିକ, ସୁବାଶିଷ ରାଉତ, ମୁରଲୀ ପ୍ରଧାନ, ଦୀପକ ରାଉତ, ଜେମାମଣୀ ମୁଣ୍ଡା ପ୍ରମୁଖ ଚଢାଉରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ