କୀଟନାଶକ ଔଷଧ ପିଇ ଯୁବକଙ୍କ ଆତ୍ମହତ୍ୟା

ଜଗତସିଂହପୁର (ଅନସୂୟା ରାଉତ) :-ବାଲିକୁଦା ଥାନା ଅନ୍ତର୍ଗତ ଆମ୍ବଶାଳ ପଞ୍ଚାୟତର ତିହୁଡି ଗ୍ରାମର ଜଣେ ୪୫ବର୍ଷର ଯୁବକ ବିଷପାନ କରି ଆତ୍ମ ହତ୍ୟା କରିଥିବା ଖବର ମିଳିଛି । ଖବରରୁ ଜଣାଯାଏ ତିହୁଡି ଗ୍ରାମର ସ୍ୱର୍ଗତ ହରି ପ୍ରଧାନଙ୍କ ପୁତ୍ର ମାଧବାନନ୍ଦ ପ୍ରଧାନ ଘରୋଇ କଳହକୁ ବିଷପାନ କରି ଥିଲେ। ତାଙ୍କୁ ପଡୋଷୀମାନେ ପ୍ରଥମେ ଜଗତସିଂହପୁର ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ ମେଡିକାଲ ନେଇଥିଲେ । କିନ୍ତୁ ତାଙ୍କର ଅବସ୍ଥା ଗୁରୁତର ଥିଲା । ଆଜି ସେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। କଟକ ବଡ ମେଡିକାଲରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯିବା ପରେ ତାଙ୍କ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ପ୍ରକାଶ ଥାଉକି ଗତ ବର୍ଷ ମଧ୍ୟ ମାଧବାନନ୍ଦଙ୍କ ଜଣେ ଭାଇ ବିଷ ପିଇ ଆତ୍ମ ହତ୍ୟା କରିଥିଲେ । ଏହି ଖବର ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ