କୁକୁରକୁ ବଞ୍ଚାଇବାକୁ ଅଟକିଲା ଟ୍ରେନ୍

ମୁମ୍ବାଇ ସବ୍ ଅର୍ବାନ ଟ୍ରେନ୍‌ରେ ଚଳାଉଥିବା ଚାଳକ ଏକ କୁକୁରକୁ ବଞ୍ଚାଇବାକୁ ଯାଇ ଟ୍ରେନ୍‌କୁ ଅଟକାଇଥିବା ଦେଖିବାକୁ ମିଳିଛି । କୁକୁରଟି ଟ୍ରେନ୍ ଟ୍ରାକ୍‌ରେ ଅଟକିଥିଲା । ଏହାକୁ ଦେଖି ଚାଳକ ହର୍ଣ୍ଣ ବଜାଇବା ପରେ ବି କୁକୁର ଉକ୍ତ ସ୍ଥାନରୁ ନ ହଟି ସେଇଠି ଠିଆ ହୋଇ ରହିଥିଲା । ଫଳରେ ଟ୍ରେନ୍ ଚାଳକ ଜଣଙ୍କ ଟ୍ରେନ୍‌କୁ ଅଟକାଇ କ୍ରମାଗତ ଭାବେ ହର୍ଣ୍ଣ ବଜାଥିଲେ ମଧ୍ୟ କୁକୁର ଯେମିତି ଶୁଣି ନ ଶୁଣିଲା ଭଳି ରହିଥିଲା । ଜଣେ ସାହାଯ୍ୟକାରୀ ବ୍ୟକ୍ତି ତୁରନ୍ତ ଭାବେ ଟ୍ରେନରୁ ଓହ୍ଲାଇ ଆସି କୁକୁରକୁ ଘଉଡାଇବାରୁ କୁକୁରର ଜୀବନ ବଞ୍ଚିଯାଇଥିଲା । ସ୍ଥାନୀୟ ଲୋକମାନେ ଲୋକଟିର ଏଭଳି କାମ ଉପରେ ଏବଂ କୁକୁରର ଜୀବନ ରକ୍ଷା କରିଥିବାରୁ ପ୍ରଶଂସା କରିଛନ୍ତି । ଅପରପକ୍ଷେ ଟ୍ରେନ୍ ଚାଳକ କୁକୁର ଜୀବନ ରକ୍ଷା ପାଇଯାଇଥିବାରୁ ଖୁସି ଅନୁଭବ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ