କୁକୁର ପାଳିବା ପାଇଁ ଜିନ୍ ଦାୟୀ
କୁକୁରକୁ ଏକ ବିଶ୍ୱସ୍ତ ପ୍ରାଣୀ ଭାବେ ସମସ୍ତେ ଜାଣିଥାଆନ୍ତି । ସମସ୍ତେ ଭାବିଥାଆନ୍ତି ଲୋକମାନେ ନିଜ ସଉକ୍ ପୂରଣ କରିବା ଲାଗି କୁକୁର ପାଳିଥାଆନ୍ତି । ମାତ୍ର ଏକ ଗବେଷଣାରେ ଜଣାପଡ଼ିଛି ଯେ, ଜେନେଟିକ୍ ମେକ୍ଅପ୍ (ଆନୁବଂଶିକ) ଯୋଗୁଁ ଜଣେ କୁକୁର ପାଳିଥାଏ । ଏ କଥା ଶୁଣିବାକୁ ଆଶ୍ଚର୍ୟ୍ୟ ଲାଗୁଥିଲେ ମଧ୍ୟ ସତ । ଆନୁବଂଶିକ ବିବିଧତା ଏବଂ କୁକୁର ମାଲିକଙ୍କ ଭିନ୍ନତା ସମ୍ପର୍କରେ ଏହି ଅଧ୍ୟୟନରୁ ଜଣାପଡ଼ିଛି । ପ୍ରକୃତ ନିଷ୍କର୍ଷରେ ପହଞ୍ôଚ ଲାଗି ବୈଜ୍ଞାନିକମାନେ ସ୍ୱିଡିସ୍ ଟୁଇନ୍ ରେଜିଷ୍ଟ୍ରିରୁ ୩୫ ହଜାର ୩୫ ଯୋଡ଼ା ଛୋଟ କୁକୁରଙ୍କ ତଥ୍ୟ ଏକାଠି କରି କୁକୁରର ସ୍ୱାମୀତ୍ୱ ଯୋଗ୍ୟତା ଯାଞ୍ଚ କରିଥିଲେ । କୁକୁରଙ୍କ ସ୍ୱାମୀତ୍ୱରେ ମଣିଷର ଜେନେଟିକ୍ ମେକ୍ଅପ୍ ରହିବା ସବୁଠାରୁ ଆଶ୍ଚର୍ୟ୍ୟଜନକ ଘଟଣା । କୁକୁର ଏବଂ ଅନ୍ୟ ପାଳିତ ଜୀବଜନ୍ତୁ ମଣିଷର ଘରୋଇ ସଦସ୍ୟଙ୍କଠାରୁ କମ୍ ନୁହଁନ୍ତି । କିନ୍ତୁ ଏହା ଆମ ଜୀବନ ଏବଂ ସ୍ୱାସ୍ଥ୍ୟ ପ୍ରତି କେତେ ପ୍ରଭାବ ପକାଏ, ସେଥିପ୍ରତି କେହି ହେଲେ ନଜର ଦେଇନଥାଆନ୍ତି । ବିଭିନ୍ନ ଅଧ୍ୟୟନ ଏବଂ ଗବେଷଣାରୁ ଗବେଷକମାନେ ଏହି ନିଷ୍କର୍ଷରେ ପହଞ୍ଚିଛନ୍ତି ଯେ କୁକୁରର ମାଲିକାନା ପଛରେ ଆନୁବଂଶିକି (ଜେନେଟିକ୍) ଗୁଣର ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ଜେନେଟିକ୍ ବିବିଧତା ଯୋଗୁଁ ଲୋକଙ୍କ ପସନ୍ଦ ଏବଂ ନାପସନ୍ଦ ଭାବ ପ୍ରଭାବିତ ହୋଇଥାଏ ।