କୁଚିଣ୍ଡାରେ ସଡକ ସୁରକ୍ଷା ସଚେତନତା ସପ୍ତାହ କାର୍ଯ୍ୟକ୍ରମ ଅନୁଷ୍ଠିତ
କୁଚିଣ୍ଡା, (ରିଙ୍କୁ);ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ମଙ୍ଗଳବାର ସଡକ ସପ୍ତାହ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଆନୁକୂଲ୍ୟରେ ସମ୍ବଲପୁର ନେହେରୁ ଯୁବକେନ୍ଦ୍ରର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ହୋଇଥିବା କାର୍ଯ୍ୟକ୍ରମରେ କୁଚିଣ୍ଡା ମହାବିଦ୍ୟାଳୟର ଏନଏସଏସ,ଏନସିସି ଓ ୱାଇଆରସିର ୨୫ଜଣ ସ୍ୱେଚ୍ଛାସେବୀ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମ ଦିନ ୧୨ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବାଇପାସ୍ ଛକ ଏବଂ ପୁରୁଣା ବସଷ୍ଟାଣ୍ଡ ସ୍ଥିତ କୁସୁମୀ ଛକରେ ସ୍ୱେଚ୍ଛାସେବୀ ମାନେ ଟ୍ରାଫିକ ସଚେତନତା କରିଥିଲେ।କୁଚିଣ୍ଡା ଥାନା ଏସ ଆଇ ଈଶ୍ଵର ଚନ୍ଦ୍ର ସାହୁ,ହାବିଲଦାର ଗୋଲକ ବିହାରୀ ପ୍ରଧାନ ଏହାର ନେତୃତ୍ବ ନେଇଥିଲେ।ଏହି ଅବସରରେ ସ୍ୱେଚ୍ଛାସେବୀ ମାନେ ହେଲମେଟ ପିନ୍ଧି ଗାଡି ଚଳାଇବା, ଟ୍ରାଫିକ ନିୟମର ଅନୁପାଳନ କରିବା,ଗାଡି ଚାଳନା ସମୟରେ ମୋବାଇଲ ବ୍ୟବହାର ନକରିବା,ବିନା ଲାଇସେନ୍ସରେ ଗାଡି ଚାଳନା ନକରିବା ଆଦି ସମ୍ପର୍କରେ ଲୋକଙ୍କୁ ସଚେତନ କରାଇଥିଲେ। ସ୍ବେଚ୍ଛାସେବୀ ମଧ୍ୟରେ ସିଲୁ ସୁନାନୀ, ରୀନା କୁମାରୀ ନାଏକ, ତନୁ ବେହେରା, ଧରଣୀଧର,ରାଜ୍, ଅଙ୍କିତା, ତ୍ରୁପ୍ତିମୟୀ ପ୍ରମୁଖ ସହଯୋଗ କରିଥିଲେ । ଗତ ୧୭ ତାରିଖ ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆସନ୍ତା ୨୩ ପର୍ଯ୍ୟନ୍ତ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ସ୍ୱେଚ୍ଛାସେବୀ ମାନେ ପ୍ରତ୍ୟହ ଦୁଇଘଣ୍ଟା ଧରି ଏହି ଅଭିଯାନ ଜାରି ରଖିବେ ବୋଲି କୁଚିଣ୍ଡା ମହାବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ସୁଚିତ୍ରା ମିଶ୍ର କହିଛନ୍ତିି ।