କୁଚିଣ୍ଡା ଅଞ୍ଚଳରେ ଆମ୍ବ ମଣ୍ଡିର ଆବଶ୍ୟକତା ରହିଛି

କୁଚିଣ୍ଡା,(ରିଙ୍କୁ କୁସୁମ):କୁଚିଣ୍ଡା ଉପଖଣ୍ଡ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଆମ୍ବ ଚାଷର ଉନ୍ନତି ଓ ବିପଣନ ବ୍ୟବସ୍ଥା ର ଆବଶ୍ୟକତା ରହିଛିl କୁଚିଣ୍ଡା ଉପଖଣ୍ଡ ଏବଂ ପାଖପାଖି ଅଞ୍ଚଳରେ ଆମ୍ବ ଚାଷ ଦ୍ରୁତ ଗତିରେ ବଢ଼ିଛି। ଏଠାରେ ଏକ ସମୟରେ ଦେବଗଡ଼ ରାଜାଙ୍କ ତତ୍ତ୍ୱାବଧାନରେ ଉନ୍ନତ ଆମ୍ବ ବଗିଚା ସୃଷ୍ଟି ହୋଇଥିଲା, ଯାହା ଦେଖି ଅଞ୍ଚଳର ଅନ୍ୟାନ୍ୟ କୃଷକ ମାନେ ମଧ୍ୟ ଆମ୍ବ ବଗିଚା କରିବାରେ ଆଗ୍ରହୀ ହେଉଛନ୍ତି। ସରକାରୀ ପ୍ରୋତ୍ସାହନ ଓ ଉଦ୍ୟାନ ବିଭାଗର ସହଯୋଗରେ ବହୁତ ଆମ୍ବ ବଗିଚା ସୃଷ୍ଟି ହୋଇଛି ଏବଂ ଏବେ ଭଲ ଉତ୍ପାଦନ ହେଉଛି।ବର୍ତ୍ତମାନ ଏହି ଅଞ୍ଚଳର ଆମ୍ବ ବନାରସ କୋଇମ୍ବlଟୁରୁ ଭଳି ଦୂର ଦୂରାନ୍ତ ରାଜ୍ୟ ଓ ସହରକୁ ଯାଉଛି। କୌଣସି ମଣ୍ଡି ବ୍ୟବସ୍ଥା ନଥିବାରୁ ବେପାରୀମାନେ ସିଧାସଳଖ ବଗିଚାରୁ ଆମ୍ବ କିଣି ନେଉଛନ୍ତି, ଫଳରେ ଚାଷୀମାନେ ନ୍ୟାୟସଙ୍ଗତ ଦର ପାଉନାହାନ୍ତି। ଏହି ଅଞ୍ଚଳର ଏକ ସଫଳ ଆମ୍ବ ଚାଷୀ ରୁଦ୍ର ପ୍ରତାପ ଦେଓ ନିଜ ଉଦ୍ୟମରେ ଭଲ ପ୍ରଜାତିର ଆମ୍ବ ଚାରା ଲଗାଇ ବନାରସ ପର୍ଯ୍ୟନ୍ତ ଟ୍ରକ୍ ଯୋଗେ ଆମ୍ବ ପଠାଇଛନ୍ତି, ଯାହା ଅଞ୍ଚଳର ଅନ୍ୟାନ୍ୟ କୃଷକଙ୍କୁ ମଧ୍ୟ ଉତ୍ସାହିତ କରିଛି।
ମଣ୍ଡି ବ୍ୟବସ୍ଥା ଆବଶ୍ୟକତା;
ଅଞ୍ଚଳର ଆମ୍ବ ଚାଷୀମାନେ ଦାବି କରୁଛନ୍ତି ଯେ, ସରକାରୀ ସ୍ତରରେ ଏଠାରେ ଏକ ଆମ୍ବ ମଣ୍ଡି ବ୍ୟବସ୍ଥା କରାଯିବା ଦରକାର। ଏହା ହେଲେ ଚାଷୀମାନେ ନ୍ୟାୟସଙ୍ଗତ ଦରରେ ତାଙ୍କ ଉତ୍ପାଦ ବିକ୍ରି କରି ପାରିବେ।ଅଞ୍ଚଳର ଆର୍ଥିକ ଉନ୍ନତି ଓ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ଏହା ଅତ୍ୟନ୍ତ ଆବଶ୍ୟକ।ସରକାରୀ ସ୍ତରରେ ଏଥିପାଇଁ ସୁଚିନ୍ତିତ ପଦକ୍ଷେପ ର ଆବଶ୍ୟକତା ଅଛି । ଓଡ଼ିଶାର ଅନ୍ୟ ଅଞ୍ଚଳରେ ମଧ୍ୟ ଆମ୍ବ ଉତ୍ପାଦକ ଗୋଷ୍ଠୀ ଓ ମଣ୍ଡି ବ୍ୟବସ୍ଥା ଉପରେ ଜୋର ଦିଆଯାଇଛି। କୁଚିଣ୍ଡା ଅଞ୍ଚଳର ଆମ୍ବ ଚାଷୀମାନେ ଏହି ଦିଗରେ ଏକ ଦୃଢ଼ ସରକାରୀ ବ୍ୟବସ୍ଥା ଆଶା କରୁଛନ୍ତି, ଯାହା ଦ୍ୱାରା ତାଙ୍କ ଉତ୍ପାଦ ଏବଂ ଆୟ ଉଭୟ ବୃଦ୍ଧି ପାଇପାରିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ