କୁଚେଇ ବାଇଗଣ ବାଡିଆ ମଝି ରାଜ ରାସ୍ତା କଡରୁ ମୃତକ ନବ ଜାତ ଶିଶୁ ଉଧ୍ୟାର

ବାଙ୍ଗିରୀପୋଷୀ,(ଶିବ ଶଙ୍କର ମାନ୍ନା): ମୃତକ ନବ ଜାତ ଶିଶୁ ପେଟି ଭିତରେ ଭରି ରାଜପଥ କଡରେ ଫିଙ୍ଗି ଦେଲେ। ଧନ୍ୟ ତୁମ କ୍ଷଣିକ ଶାରୀରିକ ସୁଖ ପାଇଁ ଦୁନିଆ ଦେଖିବ ଆଗରୁ ଚାଲି ଗଲା ନିରୀହ ନିଷ୍ପାପ କଅଁଳ ଶିଶୁଟିଏ। ଧିକ ତମ ତମ ପୁରୁଷ ପଣିଆ ଓ ମାତୃତ୍ବ କୁ।ଶରୀର ଲୋଭୀ ରାକ୍ଷସ ହାତକୁ ନରସଂହାର ପାଇଁ କଅଁଳ ଶିଶୁଟିକୁ ଟେକି ଦେବାବେଳକୁ ଫାଟିଗଲା ନାହିଁକି ମାତୃତ୍ଵ ରୂପି ବୁକୁଟିଏ। କଅଁଳ ଶିଶୁଟିର ମୁହଁ ଟିକୁ ଦେଖି କୁଆଁରୀ ମା ଟିଏ କଣ ସମାଜର ଟାହି ଟାପରାକୁ ସହିପାରନ୍ତାନି। କଅଁଳ ର ରାହା ଧରି କାନ୍ଦି କାନ୍ଦି ଜୀବନ ଚାଲିଯିବାର ‌ବିକଟାଳ ଶବ୍ଦ କାନର ପରଦା ଫଟାଇ ଦେଲାନି କି? ଧନ୍ୟ ସେ ପୁରଷ ପଣିଆକୁ ଶରୀର ଲୋଭୀ କ୍ଷଣିକ ସୁଖ ପାଇଁ ନିଷ୍ପାପ ଟିକୁ ନେଇ ଫିଙ୍ଗି ଦେଲା ବେଳକୁ ତୋର ହାତ ଖଣ୍ଡି ଗଲାନି।ତୋର ପୁରୁଷତ୍ବ ଲୋପ ପାଇ ଗଲାନି କଣ ପାଇଁ। ଏଭଳି କାପୁରୁଷ ମାନଙ୍କୁ ଭଗବାନ ପିତୃ ମାତୃତ୍ଵ ସୁଖରୁ ବଞ୍ଚିତ କରନ୍ତୁ। ନିରୀହ ଟିକୁ ସଫାକରି ବୋଧେ ଦୁନିଆ ଆଗରେ ସତୀନାରୀ ଓ ପୁରୁଷ ହୋଇପାର। ମାତ୍ର ଉପର ବାଲାର ମାଡରୁ କେବେ ବଞ୍ଚି ପାରିବନି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ