କୁଚ୍ ବିହାର ଟ୍ରଫି, ଓଡ଼ିଶା ୧୦ ୱିକେଟ୍ ରେ ପରାସ୍ତ

କଟକ : କୋଏମ୍ବାଟୁର୍ରେ ଓଡ଼ିଶା ଓ ତାମିଲନାଡ଼ୁ ମଧ୍ୟରେ ଚାଲିଥିବା ୧୯ ବର୍ଷରୁ କମ କୁଚ୍ ବିହାର ଟ୍ରଫି ରେ ତିନି ଦିନରେ ଶେଷ ହୋଇଛି । ଏହି ମ୍ୟାଚରେ ଘରୋଇ ଦଳ ୧୦ ୱିକେଟରେ ଓଡ଼ିଶାକୁ ପରାସ୍ତ କରିଛି । ଦ୍ୱିତୀୟ ପାଳିରେ ତାମିଲନାଡ଼ୁ ୩୦୪ ରନ ସଂଗ୍ରହ କରିବା ପରେ ଓଡ଼ିଶା ଦ୍ୱିତୀୟ ପାଳିରେ ମାତ୍ର ୯୫ ରନ କରି ସମସ୍ତ ୱିକେଟ ହରାଇଥିଲା । ଫଳରେ ତାମିଲନାଡ଼ୁ ସମ୍ମୁଖରେ ୭୩ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ଘରୋଇ ଦଳ ଆର ବିମଲ ରାମଚନ୍ଦ୍ରନ ୩୧ ଓ ସାଇ ସୁଦର୍ଶନ ୩୭ ରନ କରି ଦଳକୁ ଜିତାଇଥିଲେ । ପୂର୍ବରୁ ୨୧୩/୪ ରୁ ତାମିଲନାଡ଼ୁ ତୃତୀୟ ଦିନରେ ଖେଳ ଆରମ୍ଭ କରିଥିଲା । ପ୍ରଦୋଶ ପଲ ୧୧୮, ଭୂପତି ମୁଥୁ ୬୯ ରନ୍ ସହ ନିମ୍ନ କ୍ରମରେ ଛୋଟ ଛୋଟ ଭାଗୀଦାରି ଦଳକୁ ୩୦୦ ପାର୍ କରାଇଥିଲେ । ଓଡ଼ିଶା ପାଇଁ ଅଙ୍କିତକର ଜୟସ୍ୱାଲ ୬, ଆଶୁତୋଷ ଛୁରିଆ ୨ , ସୁମନ ଦାସ ଓ ମଳୟ ପ୍ରଧାନ ଗୋଟିଏ ଲେଖାଏଁ ୱିକେଟ ପାଇଥିଲେ । ଏହା ପରେ ଦ୍ୱିତୀୟ ପାଳି ଆରମ୍ଭ କରିବାକୁ ଆସିଥିବା ଓଡ଼ିଶା ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ମଧ୍ୟକ୍ରମରେ ମାନସ ନାୟକ ସର୍ବାଧିକ ୪୨ ରନ ସଂଘର୍ଷ ପୂର୍ଣ୍ଣ ପାଳି ଖେଳିଥିଲେ । ତେବେ ଦଳ ୩୮.୪ ଓଭରରେ ସମସ୍ତ ୱିକେଟ ହରାଇଥିଲେ । ମ୍ୟାଚରେ ଓଡ଼ିଶା ପ୍ରଥମ ପାଳିରେ ୨୮୧ ରନ୍ ସଂଗ୍ରହ କରିଥିଲା । ଆସନ୍ତା ୨୯ ତାରିଖରୁ ଓଡ଼ିଶା ପରବର୍ତ୍ତୀ ମ୍ୟାଚ୍ ବରୋଦା ବିପକ୍ଷରେ ବଲାଙ୍ଗୀରର ଗାନ୍ଧୀ ଷ୍ଟାଡିୟମ୍ରେ ଖେଳିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ